Home ରାଜ୍ୟସିନାପାଲିରେ ହେରାପଞ୍ଚମୀ ଅନୁଷ୍ଠିତ

ସିନାପାଲିରେ ହେରାପଞ୍ଚମୀ ଅନୁଷ୍ଠିତ

ସିନାପାଲିରେ ହେରାପଞ୍ଚମୀ ଅନୁଷ୍ଠିତ

by Maraguda Express
0 comments

ସିନାପାଲିରେ ହେରାପଞ୍ଚମୀ ଅନୁଷ୍ଠିତ
ନୂଆପଡ଼ା -୧/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିର ତରଫରୁ ପବିତ୍ର ହେରାପଞ୍ଚମୀ ନୀତି ଆଜି ଅନୁଷ୍ଠିତ ହୋଇଛି । ଏହି ଅବସରରେ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ ଶୋଭାଯାତ୍ରା ମାଧ୍ଯମରେ ଏକ ସୁସଜ୍ଜିତ ରଥରେ ମାଁ ଲକ୍ଷ୍ମୀଙ୍କୁ ଗୁଣ୍ତିଚା ମନ୍ଦିରକୁ ନିଆଯାଇଥିଲା । ସେଠାରେ ମାଁ ଲକ୍ଷ୍ମୀଙ୍କ ବନ୍ଦାପନା ପରେ ଆଡ଼ପ ମଣ୍ତପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଏହା ପରେ ପ୍ରଭୁଙ୍କ ଉପରେ ଅସନ୍ତୁଷ୍ଟ ମାଁ ଲକ୍ଷ୍ମୀ ବିଧି ଅନୁଯାୟୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଦେଇ ଥିଲେ । ଶ୍ରୀଗୁଣ୍ତିଚା ଯାତ୍ରା ଦିନ ପ୍ରଭୁ ଜଗନ୍ନାଥ ମାତା ଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡ଼ି ଦେଇ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ଘରକୁ ଆସିଥାନ୍ତି । ଏହି କାରଣରୁ ଅସନ୍ତୁଷ୍ଟ ଥିବା ମାଁ ଲକ୍ଷ୍ମୀ ହେରାପଞ୍ଚମୀ ତିଥିରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି । ଆଜିର ଏହି ପର୍ବରେ ବିଶେଷ କରି ମହିଳା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha