ଷଷ୍ଠ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ : ଜନ ସଚେତନତା ସୁରକ୍ଷା ଭ୍ୟାନ ର ଶୁଭାରମ୍ଭ ।
ନୂଆପଡ଼ା-୨/୭ (ସୁରେନ୍ଦ୍ର ତିୱାରୀ) ଷଷ୍ଠ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ ଅବସରରେ ନୂଆପଡା ଜିଲ୍ଲା ବିଦ୍ୟୁତ୍ ଡିଭିଜନ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ସ୍କୁଲ କଲେଜ ଛାତ୍ର ଛାତ୍ରୀ, ଗୃହିଣୀ, ବ୍ୟବସାୟୀ ଗୋଷ୍ଠୀ, ସ୍ଵେଚ୍ଛାସେବୀ ସଂଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜନ ସାଧାରଣଙ୍କୁ ବୈଦ୍ୟୁତିକ ସୁରକ୍ଷା, ଘରୋଇ ବୈଦ୍ୟୁତିକ ସୁରକ୍ଷା, ବିଦ୍ୟୁତ ଲାଇନ୍ ରେ ପଶୁ ଶିକାର ଇତ୍ୟାଦି ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଜନ ସଚେତନତା ସୁରକ୍ଷା ଭ୍ୟାନ୍ (TPWODL) ଯାତ୍ରାରମ୍ଭ କରିଛି l ଗତ କାଲି ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣ ରୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏହି ସମାରୋହରେ ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସୁଖ୍ୟାତ ଦେବ ପରିଡା ଓ ବିଦ୍ୟୁତ ବିଭାଗ ତଥା ଟାଟା ପାୱର ୱେଷ୍ଟର୍ନ ଓଡ଼ିଶା ଦିଷ୍ଟ୍ରିବୁଟରର୍ସ ଲିମିଟେଡ (TPWODL) ର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ l
ଷଷ୍ଠ ଜାତୀୟ ବୈଦ୍ୟୁତିକ ସୁରକ୍ଷା ସପ୍ତାହ : ଜନ ସଚେତନତା ସୁରକ୍ଷା ଭ୍ୟାନ ର ଶୁଭାରମ୍ଭ ।
56