Home ରାଜ୍ୟମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ।

ମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ।

by Maraguda Express
0 comments
ନୂଆପଡା- ୨୫/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ମାସିକ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରୋଗ୍ରାମ ମେନେଜର, ଏନଏଚଏମ ନୁଆପଡା ସତ୍ୟନାରାୟଣ ତ୍ରିପାଠୀ ବୈଠକରେ ଆଲୋଚନା ପାଇଁ ଥିବା ବିଭିନ୍ନ ବିଷୟ ସମ୍ପର୍କରେ ବିସ୍ତାରିତ ଭାବେ ଆଲୋକପାତ କରିଥିଲେ। ଜିଲ୍ଲାପାଳ ଶ୍ରୀ ଦାଶ ଅଧିକାରୀ ମାନଙ୍କୁ ନିଜ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ ଭାବ ରଖି ରୋଗୀ ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ପାଇଁ ପଦକ୍ଷେପ ନେବାକୁ କହିଛନ୍ତି। ସେ ଟିବି ରୋଗୀଙ୍କୁ ମାଗଣାରେ ଖାଦ୍ୟ ପ୍ୟାକେଟ ବିତରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସେ ଅଧିକାରୀ ମାନଙ୍କୁ ରୋଗୀଙ୍କ left against medical advice ଲାମା କେସ କମାଇବା ପାଇଁ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ କହିଛନ୍ତି। ଗାଇନାକୋଲୋଜିସ୍ଟ ମାନଙ୍କ ପାଇଁ ଏସଓପି ପ୍ରସ୍ତୁତ କରିବା ସହ କଣ କରାଯିବ ଏବଂ କଣ କରାଯିବ ନାହିଁ ,do’s ଏବଂ dont’s ସମ୍ପର୍କରେ ସାଇନ୍ ବୋର୍ଡ ଲାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅଧିକାରୀ ମାନଙ୍କୁ ଲିଙ୍ଗ ଅନୁପାତ ଏବଂ ଟୀକାକରଣ କାର୍ଯ୍ୟକ୍ରମକୁ ସୁଧାରିବାକୁ କହିଛନ୍ତି।ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡଃ ଧନେଶ୍ୱର ସେଠୀ ସିକଲ ସେଲ ପୀଡ଼ିତ ଗର୍ଭବତୀ ମହିଳା ମାନଙ୍କର କାଉନସିଲିଂ କରିବାକୁ ଆହ୍ୱାନ ଦେଇଛନ୍ତି କାରଣ ଏହା ମାତା ଏବଂ ଶିଶୁ ଦୁହିଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ନିର୍ଦ୍ଦେଶିକା ଉଲଙ୍ଘନ କରି କେତେକ ବେସରକାରୀ ହସ୍ପିଟାଲ ରେ ସି ସେକସନ କେସ ବୃଦ୍ଧି ପାଇଥିବା ଉଲ୍ଲେଖ କରି ଅଧିକାରୀ ମାନଙ୍କୁ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲାପାଳ ସି ସେକସନ ନିୟମ ଉଲଙ୍ଘନ କରୁଥିବା ହସ୍ପିଟାଲ ର ପଞ୍ଜିକରଣ ବାତିଲ କରିବା ପାଇଁ ସୂଚନା ଦେଇଛନ୍ତି। ନିୟମ ଅନୁସାରେ ସି ସେକସନ ଡେଲିଭରି ମୋଟ ଡେଲିଭରିର ୨୦ ପ୍ରତିଶତ ରୁ ଅଧିକ ହେବା ଉଚିତ ନୁହେଁ। କିନ୍ତୁ କେତେକ ବେସରକାରୀ ହସ୍ପିଟାଲ ରେ ୭୦ ପ୍ରତିଶତ ରୁ ଅଧିକ ଡେଲିଭରି ସି ସେକସନ ହେଉଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା lଜିଲ୍ଲା ପବ୍ଲିକ ହେଲ୍ଥ ଅଫିସର ଡଃ ଦ୍ୱାରକନାଥ ଶତପଥୀ, ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ ମେଡିସିନ ସ୍ପେସାଲିଷ୍ଟ ଡାକ୍ତର ଅଜୟ କୁମାର ପଣ୍ଡା, ଏଡିପିଏଓ (ଲେପ୍ରୋସି) ଡାକ୍ତର ତନ୍ମୟ ତ୍ରିପାଠୀ ପ୍ରମୁଖ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ। ବିଧି ଉପଦେଷ୍ଟା ତନ୍ମୟ ସାମନ୍ତରାୟ ସଭା ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha