ପିତାଙ୍କ ମୁଖାଗ୍ନି ଦେବାକୁ ଯାଇ ପୁଅବୋହୁ ଙ୍କ ଅକାଳ ମୃତ୍ୟୁ

by Maraguda Express
0 comments

ପିତାଙ୍କ ମୁଖାଗ୍ନି ଦେବାକୁ ଯାଇ ପୁଅବୋହୁ ଙ୍କ ଅକାଳ ମୃତ୍ୟୁ।                                                                              ନୂଆପଡ଼ା -୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ନୀଳଶୈଳ ନଗର ନିବାସୀ ତଥା କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରୀ ସରସ୍ବତୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସସ୍ତ୍ରୀକ ଙ୍କ ସଡ଼କ ଦୁର୍ଘଟଣା ରେ ପ୍ରାଣହାନି ଘଟିଥିବା ଜଣା ପଡିଛି।ପ୍ରଧାନ ଶିକ୍ଷକ ରାଜ କିଶୋର ସାହୁ (୫୬)ନିଜ ପତ୍ନୀ ମିନାକ୍ଷୀ ସାହୁ(୫୦) ଙ୍କ ସହ ଗତ ରାତି ରେ ନିଜ ମୃତ ପିତା ଙ୍କ ଅନ୍ତେଷ୍ଟି କ୍ରିୟା ରେ ମୁଖାଗ୍ନୀ ଦେବା ପାଇଁ ନିଜ ଗ୍ରାମ ନୟାଗଡ ଜିଲ୍ଲା ଗଣିଆ କୁ ନିଜ କାର (ନମ୍ୱର୍ ଓଡ଼ି-୨୬-ଇ -୬୪୭୫) ଯୋଗେ ବାହାରିଥିଲେ। ତେବେ ବୌଦ୍ଧ ନିକଟ ରମ୍ଭିକଟା ଜାତୀୟ ରାଜପଥ ୫୭ ଉପରେ ଅଟକି ରହିଥିବା ଏକ ଟ୍ରକ କୁ ମୁହାଁମୁହିଁ ଧକ୍କା ଦେବାଫଳରେ କାର ଟି ଦୁର୍ଘଟଣା ଗ୍ରସ୍ତ ହେବାରୁ ଘଟଣା ସ୍ଥଳରେ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ପ୍ରଧାନ ଶିକ୍ଷକ ଓ ପତ୍ନୀଙ୍କ ମୃତ୍ୟୁରେ ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ମହଲ ରେ ଶୋକର ଛାୟା ଖେଳିଯାଇଛି। ସରସ୍ଵତୀ ଉଚ୍ଚ ବିଦ୍ୟାଳୟ କୁରୁମପୁରୀ ଠାରେ ଏକ ଶୋକସଭା ଆୟୋଜନ କରାଯାଇ ଅମର ଆତ୍ମା ର ସଦଗତି କାମନା କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha