ନିଆରା ବିବାହ, ପରିବେଶ ପ୍ରଦୂଷଣ ଚିନ୍ତା : ଶଗଡ଼ ଗାଡ଼ି ରେ ବରାତ। ନୂଆପଡ଼ା -୪/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ସଦର ମହକୁମାର ୧୨ ନମ୍ୱର ୱାର୍ଡ଼,ସିରତୋଲ ଠାରେ ନିଆରା ଢଙ୍ଗ ରେ ବିବାହ କରାଯାଇ ସମାଜ କୁ ଏକ ଭଳ ସନ୍ଦେଶ ଦେଇଛନ୍ତି। ଲୋକେ ଆଜି କାଲି ବିଭିନ୍ନ ବିଳାସ ପୂର୍ଣ୍ଣ ଚାରି ଚକିଆ ଯାନ ବାହାନ ରେ ବରାତ ଯିବା ପସନ୍ଦ କରୁଥିବାବେଳେ କେତେକ ଉଡ଼ାଯାହଜ ତ କେହି ହେଲିକପ୍ଟର ରେ ବିବାହ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରି ପରିବେଶ ପ୍ରଦୂଷଣ କରିବାରେ ପଛାଉନାହାନ୍ତି, ଏମିତି କି ସମୁଦ୍ର ର ଅଥଳ ଜଳ ରାଶି ରେ ମଧ୍ୟ ବିବାହ କରୁଛନ୍ତି ବର କନ୍ୟା କିନ୍ତୁ ଏଭଳି ସମୟ ରେ ନିଆରା ଢଙ୍ଗ ରେ ଶଗଡ଼ ଗାଡ଼ି ରେ ବସି ବରାତ ଯିବା ଏକ ଉଦାହର ସୃଷ୍ଟି କରିଛନ୍ତି ବର ଜୀବନ ଦଣ୍ଡ ସେନା । ତାଙ୍କ ଘର ଜିଲ୍ଲା ସଦର ମହକୁମା ସିରତୋଲ ରେ। ତାଙ୍କ ପିତା ପିଣ୍ଟୁ ଦଣ୍ଡସେନାଙ୍କୁ ପଚାରିବା ରୁ ସେ କହିଲେ ଯେ ଆଜିର ଦିନ ରେ ଲୋକେ ମଟର ଯାନ ରେ ଯାଇ ପରିବେଶ ପ୍ରଦୂଷଣ କରି ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି। ଏଣୁ ମୁଁ ମୋ ପୁଅ ପାଇଁ ଶଗଡ଼ ଗାଡ଼ି ରେ ବରାତ ଯିବାଟା ଶ୍ରେୟ ମଣିଲି ମୋ ପୁଅ ମଧ୍ୟ ମୋ କଥା ରେ ରାଜି ହୋଇ ସମ୍ମତି ପ୍ରଦାନ କରିଥିଲେ ତଥା ସମସ୍ତ ପଡ଼ାବାସି ମଧ୍ୟ ମୋ କଥା ରଖି ସମସ୍ତେ ଗୀତ ର ତାଳେ ତାଳେ ନୃତ୍ୟ ରେ ଝୁମୀ ଝୂମୀ ବରାତି ଯାଇଥିଲେ। ଏଭଳି ନିଆରା ଶଗଡ଼ ଗାଡ଼ି ରେ ବରାତି ଆୟୋଜନ୍ କୁ ସବୁ ମହଲ ରେ ସ୍ଵାଗତ ଓ ପ୍ରସଂଶା କରାଯାଉଛି। ନବବଧୂ ଛାୟା ଏ ସମ୍ପର୍କ ରେ କହିଲେ ଯେ ଆମ ପୁରୁଣା ପରମ୍ପରା କୁ ବଜାୟ ରଖିବା ସହ ନୂତନ ପିଢ଼ି ସହ ମଧ୍ୟ ତାଲମେଲ ଦେଇ ଚାଲିବାକୁ ପଡ଼ିବ ଓ ମୁଁ ଏହି ବିବାହ ରେ ବହୁତ ଖୁସି ବୋଲି ପ୍ରକାଶ କରିଥିଲେ।
ନିଆରା ବିବାହ, ପରିବେଶ ପ୍ରଦୂଷଣ ଚିନ୍ତା : ଶଗଡ଼ ଗାଡ଼ି ରେ ବରାତ
ନିଆରା ବିବାହ, ପରିବେଶ ପ୍ରଦୂଷଣ ଚିନ୍ତା : ଶଗଡ଼ ଗାଡ଼ି ରେ ବରାତ
202
previous post