Home ରାଜ୍ୟନୂଆପଡ଼ା ଜିଲ୍ଲା : ସ୍ଵାସ୍ଥ୍ୟ ବିଭାଗ ର ଅବହେଳା ପୁଅ ବଦଳରେ ମାଆକୁ ଇଞ୍ଜେକସନ

ନୂଆପଡ଼ା ଜିଲ୍ଲା : ସ୍ଵାସ୍ଥ୍ୟ ବିଭାଗ ର ଅବହେଳା ପୁଅ ବଦଳରେ ମାଆକୁ ଇଞ୍ଜେକସନ

by Maraguda Express
0 comments

ନୂଆପଡ଼ା ଜିଲ୍ଲା : ସ୍ଵାସ୍ଥ୍ୟ ବିଭାଗ ର ଅବହେଳା ପୁଅ ବଦଳରେ ମାଆକୁ ଇଞ୍ଜେକସନ

ନୂଆପଡ଼ା -୧୧/୭ (ସୁରେନ୍ଦ୍ର ତିୱାରୀ) ଏବେ କିଛି ଦିନ ତଳେ ସିନାପାଲି ବ୍ଲକ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର,ଲିଆଡ ରେ ସିକ୍ୟୁରିଟି ଗାର୍ଡ ରୋଗୀ ଙ୍କୁ ଇଞ୍ଜେକସନ ଦେଉଥିବା ଖବର ମନ ରୁ ନ ଲିଭୁଣୁ ଆଉ ଏକ ଘଟଣା ଜିଲ୍ଲା ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପ୍ରାପ୍ତ ଖବର ରୁ ଜଣା ପଡ଼ିଛି ଯେ, ପୁଅ ବଦଳରେ ଦିଆ ଯାଇଛି ମାଆକୁ ଇଞ୍ଜେକସନ ବୋଲି ଏମିତି ଏକ ଅଭିଯୋଗ ଆସିଛି ଖଡ଼ିଆଳ ସବ ଡିଭିଜନ ହସ୍ପିଟାଲରୁ। ଖବର ମୁତାବକ ଖଡ଼ିଆଳ ବ୍ଲକ ବରଗାଁ ର ରାଜୁ ତାଣ୍ଡି ଓ ଅଞ୍ଜୁ ତାଣ୍ଡି ନିଜର ଦୁଇ ବର୍ଷର ପୁଅ ଡୁଲେଶ୍ୱରକୁ ଜ୍ଵର ହେବାରୁ ଆଜି ଡାକ୍ତରଖାନାକୁ ଆଣିଥିଲେ। ସେମାନେ ଶିଶୁ ବିଶେଷଜ୍ଞ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ଦେଖାଇଥିଲେ। ଡାକ୍ତର ଚିଠା ଲେଖି ଇଞ୍ଜେକସନ ଦେବା ପାଇଁ ନର୍ସଙ୍କ ପାଖକୁ ପଠାଇଥିଲେ। କାର୍ଯ୍ୟରତ ନର୍ସ ରଶ୍ମିତା ପଣ୍ଡା ଛୁଆ ବଦଳରେ ମାଆ ଅଞ୍ଜୁଙ୍କ ଦେହରେ ଫୋଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଅଞ୍ଜୁଙ୍କ ଦେହରେ ମଧ୍ୟ ଛୁଞ୍ଚି ଫୋଡି ଦେବାର ଚିହ୍ନ ସ୍ପଷ୍ଟ ଭାବରେ ଦିଶୁଛି। ତାଙ୍କ ପେଟ ଦରଦ ହେଉଥିବା ମଧ୍ୟ ଅଞ୍ଜୁ ପ୍ରକାଶ କରିଛନ୍ତି ।ଏନେଇ ସଂପୃକ୍ତ ନର୍ସଙ୍କୁ ପଚାରିବାରୁ ଘଟଣାକୁ ଅସ୍ବୀକାର କରିଥିଲେ ଓ କାଳେ ଫୋଡ଼ିବା ସମୟରେ ବାଜି ଯାଇଥିବ ବୋଲି କହିଥିଲେ। ଏନେଇ ମେଡିକାଲ ଇନ୍ ଚାର୍ଜ ଡାକ୍ତର ମହେନ୍ଦ୍ର କୁମାର ମାଝୀଙ୍କୁ ପଚାରିବାରୁ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଓ ମାଆ ର ଚିକିତ୍ସା କରାଯାଇଛି, କୌଣସି ଅସୁବିଧା ହେବ ନାହିଁ ବୋଲି ଜଣାଇଥିଲେ। ଏଭଳି ଘଟଣା ଜିଲ୍ଲା ରେ ବାରମ୍ବାର ଘଟୁଥିଲେ ମଧ୍ୟ ଏଥିପ୍ରତି ଉଚ୍ଚକର୍ତ୍ତୁପକ୍ଷ ନିଘା ଦେଉନଥିବା ରୁ ଏମିତି ଘଟଣା ର ବାରମ୍ବାର ପୁନଃରାବୃତ୍ତି ଘଟୁଛି ଓ ଜନ ଜୀବନ ସହ ଖେଳ ଚାଲୁଛି ବୋଲି ସାଧାରଣ ରେ ଆଲୋଚନ ହେଉଛି। ଏଭଳି ଘଟଣା ପ୍ରତି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ସମ୍ବେଦନଶୀଳ ହୋଇ ଦୋଷୀ ବିରୁଦ୍ଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha