Home ରାଜ୍ୟଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ତରଫରୁ ପୀଡ଼ିତ ଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ତରଫରୁ ପୀଡ଼ିତ ଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ

by Maraguda Express
0 comments

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ।
ନୂଆପଡ଼ା -୧୯/୭ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତରେ ବିଚାରାଧିନ ଖଡ଼ିଆଳର ଜନୈକ ମହିଳାଙ୍କ ହତ୍ୟା ମାମଲାରେ ତାଙ୍କର ୧୨ ବର୍ଷର ନାବାଳକ ଶିଶୁପୁତ୍ରଙ୍କୁ ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ଅନୁଯାୟୀ ପାଞ୍ଚ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆର୍ଥିକ କ୍ଷତିପୂରଣ ବାବଦରେ ଆଜି ଚେକ ପ୍ରଦାନ କରାଯାଇଛି । ପ୍ରାଧିକରଣର ସଚିବ ନବନୀତା ଦାଶ ଏହି ଚେକ୍ ଟିକୁ ଉକ୍ତ ନାବାଳକଙ୍କୁ ପ୍ରଦାନ କରି ତାଙ୍କୁ ଏହି ଅର୍ଥରାଶିର ସଦୁପଯୋଗ କରିବାପାଇଁ ଉପଦେଶ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha