80
ବୋଡ଼େନ -୨୪/୭ (ଜଗତ ରାମ ଦଣ୍ଡସେନା) ଖଇରା ଜନଶକ୍ତି ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ଆଜି ବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତନ୍ମୟ ତାଣ୍ଡିଙ୍କ ଆହ୍ୱାନ କ୍ରମେ ଏକାଦଶ ଶ୍ରେଣୀ ର ଛାତ୍ର ଛାତ୍ରୀଙ୍କୁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛିl ଉତ୍ସବରେ ବରିଷ୍ଠ ଶିକ୍ଷକ ଅନନ୍ତରାମ ମେହେର, ହରିହର ମାଝୀ, ପିଜିଟି ଇଂରାଜୀ ଅଧ୍ୟକ୍ଷ ମନୋଜ କୁମାର ମହାନନ୍ଦ, ଅର୍ଥଶାସ୍ତ୍ର ଅଧ୍ୟାପକ ସୁରେନ୍ଦ୍ର ଦଣ୍ଡସେନା, ଓଡ଼ିଆ ଅଧ୍ୟାପିକା ଗଜଲକ୍ଷ୍ମୀ ସାହୁ, ଇତିହାସ ର ଭାରତୀ ବିଶ୍ୱକର୍ମା,ନରେଶ କୁମାର ସାହୁ, ପ୍ରମୁଖ ଉପସ୍ଥିତ ଥାଇ ପିଲାମାନଙ୍କୁ ସ୍କୁଲ ର ନିୟମ କାନୁନ, କେମିତି ଭଲ ପାଠପଢା କରିବେ, ମାର୍ଗଦର୍ଶନ କରିଥିଲେ l ସ୍ୱାଗତ ସଂଗୀତ ରେ ଜୟନ୍ତୀ ମାଝୀ, ସ୍ୱପ୍ନାରାଣୀ ହଂସ,ଓ ଅଂଶୀତା ଚିନ୍ଦା ଭଗନେଇ ସମସ୍ତଙ୍କୁ ନବଗତ ଙ୍କୁ ଖୁସି କରାଇଥିଲେ l ମନୋଜ ମହାନନ୍ଦ ମଞ୍ଚ ପରିଚାଳନା କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।