Home ରାଜ୍ୟଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ,ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଏକକ ବ୍ୟବହୃତ ପ୍ଲାଷ୍ଟିକ ବର୍ଜନ,ସ୍ବଚ୍ଛତା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

by Maraguda Express
0 comments

ନୂଆପଡା -୨/୮ (ସୁରେନ୍ଦ୍ର ତିୱାରୀ) ସାମୂହିକ ଉଦ୍ୟମ ଓ ପରିବେଶ ପ୍ରତି ପ୍ରତିବଦ୍ଧତାର ଏକ ଅସାଧାରଣ ଉଦାହରଣ ସ୍ଥାପନ କରି, ନୂଆପଡା ଜିଲ୍ଲାରେ ଆଜି ସଫାଇ ଅଭିଯାନ ଚାଲିଛି ଓ ଜିଲ୍ଲା ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ହୋଇଛି। ଯାହା ଏହି ଜିଲ୍ଲାକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ କରିବା ଲକ୍ଷ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଏହି ପରିପ୍ରେକ୍ଷୀରେ ଆଜି କୋମନା ବ୍ଲକ ଲଖନା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍ଥାନୀୟ ଜୟ କିଷାନ ସରକାରି ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ପୃଥକ ପୃଥକ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଓ ସ୍ୱଚ୍ଛତା ଉପରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ପିଆରଆଇ ମେମ୍ବର, ଆଶା ଓ ଅଙ୍ଗନୱାଡ଼ି କର୍ମି ଙ୍କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ପଞ୍ଚାୟତ ପରିସର ରେ ସ୍ବଚ୍ଛତା ଅଭିଯାନ ପରେ ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ସରକାରୀ କର୍ମଚାରୀ ଓ ସ୍ଥାନୀୟ ନାଗରିକମାନେ ଅଂଶଗ୍ରହଣ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଧର ଧରୁଆ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ ନେତୃତ୍ୱରେ,କୋମନା ବିଡ଼ିଓ ସର୍ବେଶ୍ଵର ଜାଲ, ସିଡ଼ିପିଓ ଦେବକୀ ମଲ୍ଲିକ, ସୁପର ଭାଇଜର କାନ୍ତି ଶବର, ପ୍ରିନ୍ସପାଲ ଅଓଧନ ସାହୁ, ଖୁଲେଶ୍ୱର୍ ସାହୁ, ସରପଞ୍ଚ ପଦ୍ମିନୀ ସୁନାନି, ଶବିର ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱଚ୍ଛତା ଅଭିଯାନରେ ବିଦ୍ୟାଳୟ ପରିସର ସଫା କରାଯାଇ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ନିମନ୍ତେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇ ଏହାର ଅପକାରିତ ଦିଗ ରେ ଆଲୋଚନା କରି ସଚେତନ କରାଯାଇଥିଲା। ଏହି ଅଭିଯାନ ପରିବେଶ ସୁରକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟ ପ୍ରତି ଦୃଢ ପ୍ରତିବଦ୍ଧତା କୁ ପ୍ରତିଫଳିତ କରେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଧରୁଆ “ଏହି ଅଭିଯାନ କେବଳ ସଫାଇ ଅଭିଯାନ ନୁହେଁ, ଏହା ହେଉଛି ଏକ ସାମୁଦାୟିକ ଆନ୍ଦୋଳନ ଯାହା ଏକ ସ୍ଵଚ୍ଛ, ସବୁଜ ଓ ପ୍ଲାଷ୍ଟିକ ମୁକ୍ତ ନୂଆପଡା ପାଇଁ ପଥ ପ୍ରସ୍ତୁତ କରୁଛି ବୋଲି କହିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha