Home ରାଜ୍ୟଛ’ମାସ କାଦୁଅ ସର ସର  ଓ ଛ ମାସ ଧୂଳି ଧୂସର ରାସ୍ତା :  ଖଟିଆରେ ବୁହା ହେଲେ ଗଦାଧର

ଛ’ମାସ କାଦୁଅ ସର ସର  ଓ ଛ ମାସ ଧୂଳି ଧୂସର ରାସ୍ତା :  ଖଟିଆରେ ବୁହା ହେଲେ ଗଦାଧର

by Maraguda Express
2 comments

ଛ’ମାସ କାଦୁଅ ସର ସର  ଓ ଛ ମାସ ଧୂଳି ଧୂସର ରାସ୍ତା :  ଖଟିଆରେ ବୁହା ହେଲେ ଗଦାଧର 
ନୂଆପଡ଼ା -୨୬/୬ (ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ର ମହୁଲପଡା ଗାଁର ଜଣେ ଚାଷୀ ଙ୍କ ଗୋଡ ଭାଙ୍ଗି ଯିବାରୁ ତାଙ୍କ ଗାଁ କୁ ଚାରି ଚକିଆ ଯାନ ଯାଇପାରି ନଥିଲା, କାରଣ କାଦୁଅ ପଚ୍ ପଚ୍ ଖାଲଖମା ପୂର୍ଣ୍ଣ ରାସ୍ତା। ଗାଁ ରୁ ଦୁଇ କିଲୋମିଟର ଦୂର ଖଟ ରେ ବୋହି ଆଣିଲେ ମଟର ଗାଡି ପାଖ କୁ ପରିବାରବର୍ଗ।                                            ଖବର ନେବାରୁ ଜଣା ପଡ଼ିଛି ଯେ, ଗଦାଧର ନାଏକ ଙ୍କ ଗୋଡ଼ ଭାଙ୍ଗି ଯିବାରୁ ତାଙ୍କୁ ହସ୍ପିଟାଲ ନେବକୁ ଏକ ବୋଲେରୋ ଗାଡ଼ି ଡକାଗଲା ହେଲେ ରାସ୍ତା ଖରାପ ଯୋଗୁଁ ଗାଡ଼ି ମହୁଲପଡା କୁ ଯାଇନ ପାରିବାରୁ ଦୂରେ ଅଟକି ରହିଥିଲା l ପରେ ଗାଁ ଲୋକ ଓ ପରିବାରବର୍ଗଙ୍କ ସାହାଯ୍ୟରେ ଖଟିଆ ରେ ବୋହି ଗାଡ଼ି ପାଖକୁ ଗଦାଧର କୁ ଅଣାଯାଇ ହସ୍ପିଟାଲ ନିଆଯାଇଛି l ଆଣ୍ଠୁଏ କାଦୁଅ ପଚ୍ ପଚ୍ ରାସ୍ତା ରେ ଅତି କଷ୍ଟ ରେ ଗଦାଧର କୁ ଖଟିଆ ରେ ବୋହି ଗାଡ଼ି ପାଖକୁ ଆଣିଥିଲେ l ବର୍ଷ ବର୍ଷ ଧରି ମହୁଲପଡା ରାସ୍ତା ଗମନାଗମନ ପାଇଁ ବାଧକ ସାଜିଥିଲେ ହେଁ  ପୂର୍ବ ସରକାର ଭୋଟ ନେଲେ ପ୍ରତିଶୃତି ଦେଲେ କିନ୍ତୁ  ପକ୍କା ରାସ୍ତା ଦେବାକୁ ଭୁଲି ଗଲେ । ଏହି ଗାଁ ଯିବାଆସିବା ପାଇଁ କୌଣସି ସୁବିଧା ନାହିଁ । ମାଟି କାଦୁଅ ପୂର୍ଣ୍ଣ ଖାଲ ଖମା ଭରା କଚ୍ଚା ରାସ୍ତାରେ ଅନେକ ବର୍ଷ ହେବ ଲୋକେ ଅତି କଷ୍ଟ ରେ ଯିବାଆସିବା କରୁଛନ୍ତି। ରାସ୍ତା ନିର୍ମାଣ ପାଇଁ ଅନେକ ବର୍ଷ ହେବ ପ୍ରଶାସନ କୁ ଗାଁ ଲୋକେ ନିୟମିତ ଜଣାଇ ଆସୁଛନ୍ତି କିନ୍ତୁ ପ୍ରଶାସନ ଓ ନେତା ମନ୍ତ୍ରୀ ନିଦା ବିଷ୍ଣୁ ସାଜିଛନ୍ତି, ଗୁହାରୀ କରିବେ କାହାକୁ ? ଏଭଳି ବୁହା ହେଉଥିବେ ଅନେକ ରୋଗୀ, ଗର୍ଭବତୀ ମହିଳା ଓ ଶିଶୁ,  ନେଡି ଗୁଡ କୋହଣି କୁ ବୋହିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି।

You may also like

2 comments

Chulbuli sabar June 26, 2025 - 12:34 PM

Very good

Reply
Maraguda Express June 27, 2025 - 9:53 AM

Thank you so much

Reply

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha