Home ରାଜ୍ୟଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଶିକ୍ଷଣ ଶିବିର: ନୂତନ ବୈଷୟିକ ଜ୍ଞାନ ଆହରଣ କଲେ ଶତାଧିକ ଛାତ୍ରଛାତ୍ରୀ।

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଶିକ୍ଷଣ ଶିବିର: ନୂତନ ବୈଷୟିକ ଜ୍ଞାନ ଆହରଣ କଲେ ଶତାଧିକ ଛାତ୍ରଛାତ୍ରୀ।

by Maraguda Express
0 comments
ନୂଆପଡ଼ା-୦୫/୧୧- ଆଧୁନିକ ଯୁଗରେ ବିଜ୍ଞାନ ଓ ବୈଷୟିକ ଜ୍ଞାନର ଦ୍ରୁତ ଅଗ୍ରଗତି ସହ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence-AI) ଶିକ୍ଷା, ଗବେଷଣା ଓ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି। ଏହି ଆଧୁନିକ ଜ୍ଞାନକୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ ଓ ଦକ୍ଷ କରିବା ଉଦ୍ଦେଶ୍ୟରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସର୍ବଭାରତୀୟ ଇଲେକ୍ଟ୍ରୋନିକ୍ସ ଏବଂ କମ୍ପ୍ୟୁଟର ପ୍ରଦ୍ୟୋଗିକୀ ସଂଗଠନ (AISECT) ଓ ଖଡ଼ିଆଳସ୍ଥିତ ନିଷ୍ଠା ଗ୍ଲୋବାଲ ଶିକ୍ଷା କେନ୍ଦ୍ରର ମିଳିତ ସହଯୋଗରେ ଏହି ଗୁରୁତ୍ୱପୂର୍ଣ୍ଣ ଶିବିର ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପ୍ରଫେସର ପଣ୍ଡା କହିଥିଲେ ଯେ, ବର୍ତ୍ତମାନର ପ୍ରତିଯୋଗିତାମୂଳକ ଯୁଗରେ କେବଳ ପାଠ୍ୟପୁସ୍ତକ ଭିତ୍ତିକ ଜ୍ଞାନ ଯଥେଷ୍ଟ ନୁହେଁ। ଛାତ୍ରଛାତ୍ରୀମାନେ ଆଧୁନିକ ବୈଷୟିକ ଜ୍ଞାନ, ବିଜ୍ଞାନସମ୍ମତ ଚିନ୍ତାଧାରା ଓ ନୂତନ ଜ୍ଞାନକୌଶଳ ସହ ପରିଚିତ ହେବା ଆବଶ୍ୟକ। ଏହାଦ୍ୱାରା ସେମାନଙ୍କର ବୌଦ୍ଧିକ ଦକ୍ଷତା ଓ ଶିକ୍ଷାଗତ ମାନ ବୃଦ୍ଧି ପାଇବା ସହ ଭବିଷ୍ୟତରେ ଉନ୍ନତ କ୍ୟାରିୟର ଗଠନ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇପାରିବ। ତେଣୁ ଏଭଳି ସଚେତନତା ଓ ପରାମର୍ଶମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିଶେଷ ଗୁରୁତ୍ୱ ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଶିବିର ମାଧ୍ୟମରେ ଛାତ୍ରଛାତ୍ରୀମାନେ କୃତ୍ରିମ ବୁଦ୍ଧିମତ୍ତାର ଗୁରୁତ୍ୱ ଓ ଏହାର ଶିକ୍ଷାଗତ ଉପଯୋଗିତା ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଆଧୁନିକ ଜ୍ଞାନକୌଶଳ ସହ ନିଜକୁ ଖାପଖୁଆଇ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଥିଲା।କାର୍ଯ୍ୟକ୍ରମର ପରିଚାଳନାରେ ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଅଧ୍ୟାପିକା ରାଜେଶ୍ୱରୀ କରୁଆଁ ଓ ଅଧ୍ୟାପକ ଜିତେନ୍ଦ୍ର କଳସାଇ ପ୍ରମୁଖ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ସେହିପରି ଛାତ୍ରକଲ୍ୟାଣ ଅଧିକାରୀ ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ବିବେକ ସାହୁ ଓ ଅଧ୍ୟାପକ ଅଜିତେଶ ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କରେ ନୂତନ ଜ୍ଞାନ ଆହରଣ କରିବା ସହ ଏହାର ଉପଯୋଗିତା ବିଷୟରେ ଅବଗତ ହୋଇଥିଲେ। ମହାବିଦ୍ୟାଳୟର ଏଭଳି ଶିକ୍ଷାମୂଳକ ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ଏବଂ ଭବିଷ୍ୟତରେ ଦକ୍ଷ ମାନବ ସମ୍ବଳ ଗଠନ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha