ସୁଚନା ଫଳକ କହୁଛି କଂକ୍ରିଟ କରଣ ଓ ଡ୍ରେନ କାମ : ନିର୍ମାଣ ହୋଇଛି କେବଳ ଡ୍ରେନ୍

ନୂଆପଡା -୨/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମଖାପଦର ପଞ୍ଚାୟତ ର ଲିଆଡ ଗ୍ରାମରେ ନିର୍ମାଣ ହୋଇଛି ଡ୍ରେନ ଓ କଂକ୍ରିଟ ରୋଡ କିନ୍ତୁ କଂକ୍ରିଟ ରୋଡ ଅଦୃଶ୍ୟ ହୋଇ ପଡ଼ିଛି। ସୁଚନା ଯୋଗ୍ୟ ଯେ, କେବିକେ ବିକାଶ ଯୋଜନା (ରାଜ୍ୟ ପ୍ରକଳ୍ପ) ରୁ ୨୦୨୪- ୨୫ଆର୍ଥିକ ବର୍ଷ ରେ ଲିଆଡ ଗ୍ରାମର ଶିବ ମନ୍ଦିର ଠାରୁ ପ୍ରୋଜେକ୍ଟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ କରଣ ସାଙ୍ଗକୁ ଡ୍ରେନ ନିର୍ମାଣ ପାଇଁ ୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସାଇନବୋର୍ଡ ରେ ଉଲ୍ଲେଖ ରହିଛି। ହେଲେ ଶିବ ମନ୍ଦିର ଠାରୁ ପ୍ରୋଜେକ୍ଟ ରାସ୍ତା ପର୍ଯ୍ୟନ୍ତ କଂକ୍ରିଟ କରଣ କିମ୍ବା ଡ୍ରେନ କରା ନ ଯାଇ ଲିଆଡ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଲାଗିଥିବା ପାଚେରୀ ନିକଟରେ ଡ୍ରେନ କରାଯାଇଛି। ହେଲେ କୌଣସି ସ୍ଥାନ ରେ କଂକ୍ରିଟ କାର୍ଯ୍ୟ କରାଯାଇ ନାହିଁ। ସେହିପରି ନିର୍ମାଣ କରାଯାଇଥିବା ଡ୍ରେନ ଉପରେ ଢାଙ୍କୁଣି ମଧ୍ଯ ଦିଆଯାଇ ନାହିଁ କି ଡ୍ରେନ ପାର୍ଶ୍ଵ ରେ ମାଟି ପୋତା ଯାଇ ନାହିଁ। ଖୋଲା ରେ ରହିଯାଇଥିବା ବେଳେ ବିଭିନ୍ନ ସମୟରେ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଆସୁଥିବା ରୋଗୀ କିମ୍ବା ଜନସାଧାରଣ ଗାଈ ଗୋରୁ ପ୍ରତି ବିପଦ ସଙ୍କୁଳ ହୋଇ ରହିଛି ବୋଲି ଜନ ସାଧାରଣ ପ୍ରକାଶ କରିଛନ୍ତି। ଏପରିକି ସରକାରୀ ସ୍ତର ରେ ସାଇନବୋର୍ଡ ସ୍ଵତନ୍ତ୍ର ଭାବରେ ନିର୍ମାଣ କରି ସୁଚନା ରହିବାର ନିୟମ ରହିଛି। ଏଥିପାଇଁ ସ୍ଵତନ୍ତ୍ର ବ୍ୟୟ ଅଟକଳ ମଧ୍ଯ ରହିଥାଏ। ହେଲେ ସରକାରୀ ସ୍ଵାସ୍ଥ୍ୟ କେନ୍ଦ୍ର ପାଚେରୀ ଉପରେ ଲେଖା ଯାଇଛି। ଏଠାରେ ପ୍ରଶ୍ନ ଉଠେ ଯେ, ଏହି କାର୍ଯ୍ୟ ର କଂକ୍ରିଟ ନ କରି ଖୋଲା ଡ୍ରେନ ନିର୍ମାଣ କରାଯାଇ ସରକାରୀ ଅର୍ଥ କୁ ହରିଲୁଟ କରାଯାଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ କରାଯାଇ ଯନ୍ତ୍ରୀ ଓ ଠିକାଦାର ସରକାରୀ ନୀତି ନିୟମ କୁ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଯେଉଁ ଡ୍ରେନ କାମ କରଯାଇଛି ତାହା ପୁଣି ଅତି ନିମ୍ନ ମାନର ହୋଇଥିବା ବେଳେ ଆବଶ୍ୟକ ଅନୁପାତ ରେ ସିମେଣ୍ଟ, ବାଲି ସୁରୁକି ମେଟାଲ ମଧ୍ଯ ଦିଆଯାଇ ନାହିଁ ଯାହା ଫଳରେ ଏହାର ସ୍ଥାୟୀତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଠିକାଦାର ଭୟ ରେ ଗ୍ରାମବସୀ ନାମ ଗୋପନ ରଖିବା ସର୍ତ୍ତ ରେ ଉପରୋକ୍ତ ଦୁର୍ନୀତି ର ଅଭିଯୋଗ କରିଛନ୍ତି । ଏ ଦୁର୍ନୀତି ସଂପର୍କ ରେ ସିନାପାଲି ବିଡିଓ ଙ୍କୁ ମୋଵାଇଲ ଦ୍ଵାରା ଯୋଗାଯୋଗ କରିବାରୁ ସେ କହିଲେ ମୁଁ ଜାଣିନି, ଯଦି ସେମିତି କିଛି ହୋଇଛି ତଦନ୍ତ ହେବ ବୋଲି କହିଥିଲେ। ଉପରୋକ୍ତ କାର୍ଯ୍ୟ ତଦାରଖ କରୁଥିବା ଯନ୍ତ୍ରୀ ମିନାକ୍ଷୀ ମିଶ୍ର ଅନ୍ୟତ୍ର ବଦଳି ହୋଇଯାଇଥିବା ଜଣାପଡ଼ିଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ସଂମ୍ପୃକ୍ତ ଦୋଷି ସରକାରୀ କର୍ମଚାରୀ ବିରୁଦ୍ଧ ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ରେ ଦାବୀ ହେଉଛି।
ସୁଚନା ଫଳକ କହୁଛି କଂକ୍ରିଟ କରଣ ଓ ଡ୍ରେନ କାମ : ହୋଇଛି କେବଳ ଡ୍ରେନ୍
100