Home ରାଜ୍ୟରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ : ୧୨୪ ଡାକ୍ତର ପଦବୀ ରୁ ଅଛନ୍ତି ୪୧ ଜଣ ,ବିଶ୍ଵ ସ୍ତରୀୟ ଅପରେସନ ଥିଏଟର ଓ ଆଇ ସି ୟୁ ରହିବ – ଜିଲ୍ଲାପାଳ

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ : ୧୨୪ ଡାକ୍ତର ପଦବୀ ରୁ ଅଛନ୍ତି ୪୧ ଜଣ ,ବିଶ୍ଵ ସ୍ତରୀୟ ଅପରେସନ ଥିଏଟର ଓ ଆଇ ସି ୟୁ ରହିବ – ଜିଲ୍ଲାପାଳ

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ : ୧୨୪ ଡାକ୍ତର ପଦବୀ ରୁ ଅଛନ୍ତି ୪୧ ଜଣ ,ବିଶ୍ଵ ସ୍ତରୀୟ ଅପରେସନ ଥିଏଟର ଓ ଆଇ ସି ୟୁ ରହିବ - ଜିଲ୍ଲାପାଳ

by Maraguda Express
0 comments

ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ : ୧୨୪ ଡାକ୍ତର ପଦବୀ ରୁ ଅଛନ୍ତି ୪୧ ଜଣ ,ବିଶ୍ଵ ସ୍ତରୀୟ ଅପରେସନ ଥିଏଟର ଓ ଆଇ ସି ୟୁ ରହିବ – ଜିଲ୍ଲାପାଳ l
ନୂଆପଡ଼ା -୮/୭(ସୁରେନ୍ଦ୍ର ତିୱାରୀ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ରୋଗୀ କଲ୍ୟାଣ ସମିତିର କାର୍ଯ୍ୟନିର୍ବାହୀ ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ, ଏ ଡି ଏମ୍ ଓ – ଡଃ ଗୁରୁପ୍ରସାଦ ଜେନା, ଡଃ ଲଲିତ ମୋହନ ବିଶି, ଡଃ ଉମାକାନ୍ତ ମେହେର, ଜିଲ୍ଳା ପରିଷଦ ସଦସ୍ୟା ପୁଷ୍ପାଞ୍ଜଳୀ ଗୋଆଲ,ସ୍ଵେଚ୍ଛାସେବୀ ଅନୁଷ୍ଠାନ ଚେତନା ଅଧ୍ୟକ୍ଷା ସୋନାଲୀ ପାଣିଗ୍ରାହୀ, ଜିଲ୍ଳା ସ୍ତରୀୟ ବିଭିନ୍ନ ଅଧିକାରୀ ଯୋଗ ଦେଇଥିଲେ l ସମସ୍ତଙ୍କୁ ସ୍ୱାଗତ କରି ଜିଲ୍ଲାପାଳ କହିଲେ ଯେ ଉପଲବ୍ଧ ସମ୍ବଳର ସଦ୍ ବିନିଯୋଗ କରି ଆମକୁ ଜନ ସାଧାରଣ ଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ପଡିବ l ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ରେ ବିଶ୍ଵ ସ୍ତରୀୟ ଅପରେସନ ଥିଏଟର ଓ ଆଇ ସି ୟୁ ରହିବ l ଏଥିପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ l ଡି ପି ଏମ୍ ସତ୍ୟନାରାୟଣ ତ୍ରିପାଠୀ ଏବଂ ହସ୍ପିଟାଲ ମ୍ୟାନେଜର ସିପ୍ରାମୟୀ ବିଶ୍ଵାଳ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ର ବିଭିନ୍ନ ସୂଚନା ଉପସ୍ଥାପିତ କରିଥିଲେ l ଏଠାରେ ଏବେ ୧୨୪ ଜଣ ଡାକ୍ତରଙ୍କ ସ୍ଥାନରେ ୪୧ ଜଣ, ଷ୍ଟାଫ୍ ନର୍ସ ୯୨ ରୁ ୭୩, ଫାର୍ମାଶିଷ୍ଟ ୧୫ ରୁ ୧୧ ଜଣ କାର୍ଯ୍ୟରତ ଅଛନ୍ତି l ସେହିଭଳି ୩୬ ଜଣ ସହାୟକ ୭୫ ଜଣ ସଫେଇ କର୍ମଚାରୀ ୭୦ ଜଣ ଗାର୍ଡ ଏବଂ ୧୮ ଜଣ ଲିଫ୍ଟ ମେନ କାମ କରୁଛନ୍ତି l ଏଠାରେ ଏକ୍ସରେ, ଇ ସି ଜି, ପାଥୋଲୋଜି, ବ୍ଳଡ଼ ବ୍ଯାଙ୍କ ଏବଂ ସି ଟି ସ୍କାନ ସେବା ଉପଲବ୍ଧ ଅଛି l ଜୁନ୍ ଶେଷ ଯାଏଁ ଖର୍ଚ୍ଚ ବାଦ୍ ୧୦,୨୪,୩୫୩ ଟଙ୍କା ରୋଗୀ କଲ୍ୟାଣ ସମିତି ରେ ରହିଛି l ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା ଯେ ଡାକ୍ତରଖାନା ପରିସରରେ ଯିଏ ପାନ ଗୁଟଖା ଚ୍ଛେପ ପକାଇବ ତାହାକୁ ଦୁଇ ଶହ ଟଙ୍କା ଜରିମାନା ଦେବାକୁ ହେବ l ଭିନ୍ନକ୍ଷମ ମାନଙ୍କ ସହାୟତା ପାଇଁ ରେମ୍ପ ନିର୍ମାଣ କରାଯିବ l ସି ସି ଟିଭି କ୍ୟାମେରା ସବୁ ଚାଲିବ l ପଙ୍ଖା କୁଲର ଏ ସି ସବୁ କାର୍ଯ୍ୟକ୍ଷମ ହେବ l ଜିଲ୍ଲାପାଳ କହିଲେ ଯେ ଯେତେ ସବୁ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ଅଛି ସେସବୁ ପୂରଣ କରିବା ପାଇଁ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରାଯିବ l ଡାକ୍ତରଖାନା ର ସ୍ଵଚ୍ଛତା ଓ ପରିମଳ ଉପରେ ବିଶେଷ ଗୁରୁତ୍ବ ଦିଆଯିବ l ଯେତେ ରୋଗୀ ଏବଂ ପରିଜନ ମୁଖ୍ୟ ଡାକ୍ତରଖାନାକୁ ଆସୁଛନ୍ତି ସେମାନେ ଆରୋଗ୍ଯ ହେବା ସହ ଏକ ଭଲ ଅନୁଭୂତି ନେଇ ଘରକୁ ଫେରନ୍ତୁ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha