Home ରାଜ୍ୟନୂଆପଡ଼ା ରେ ବୃହତ୍ ଶୀତଳଭଣ୍ଡାର ପ୍ରକଳ୍ପକୁ ମିଳିଲା ଅନୁମୋଦନ : କୃଷକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହେବ ଅଧିକ ସୁଦୃଢ଼।

ନୂଆପଡ଼ା ରେ ବୃହତ୍ ଶୀତଳଭଣ୍ଡାର ପ୍ରକଳ୍ପକୁ ମିଳିଲା ଅନୁମୋଦନ : କୃଷକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହେବ ଅଧିକ ସୁଦୃଢ଼।

by Maraguda Express
0 comments
ନୂଆପଡ଼ା -୨୯/୦୭- ନୂଆପଡ଼ା ଜିଲ୍ଲାରେ କୃଷି ଓ ଉଦ୍ୟାନ ଫସଲର ସଂରକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଜିଲ୍ଲାରେ ଶୀତଳଭଣ୍ଡାର ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସହାୟତା (FACS) ସମ୍ପର୍କିତ ଜିଲ୍ଲାସ୍ତରୀୟ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ ୫,୪୧୦ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଆଧୁନିକ ଶୀତଳଭଣ୍ଡାର ପ୍ରକଳ୍ପକୁ ଅନୁମୋଦନ କରାଯାଇଥିଲା। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଜିଲ୍ଲାର କୃଷକମାନେ ନିଜ ଉତ୍ପାଦକୁ ଦୀର୍ଘ ସମୟ ସଂରକ୍ଷଣ କରି ଉଚିତ ମୂଲ୍ୟରେ ବିକ୍ରୟ କରିପାରିବେ। ଏହା ଫଳରେ ଅମଳ ପରବର୍ତ୍ତୀ କ୍ଷତି ହ୍ରାସ ପାଇବା ସହ କୃଷକଙ୍କ ଆର୍ଥିକ ସ୍ଥିତି ଅଧିକ ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ସୁଖେନ୍ଦୁ ରାୟ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦାହ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ, ସହକାରୀ ଯନ୍ତ୍ରୀ ତଥା ଏପିକଲ୍‌ ଡିଏମ୍‌ ନିଶିକାନ୍ତ ପଟ୍ଟନାୟକଙ୍କ ସମେତ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha