ଡିଗ୍ରୀ ମହିଳା କଲେଜ, ଖଡ଼ିଆଳ : ଯୌନ ନିର୍ଯ୍ୟାତନା ଏକ ଅବାଞ୍ଛନୀୟ ବ୍ୟବହାର ଉପରେ ସଚେତନତା ଶିବିର।
ନୂଆପଡ଼ା -୧୬/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ ଠାରେ ଜାତୀୟ ସେବା ଯୋଜନା ମହିଳା ୟୁନିଟ ପକ୍ଷ ରୁ ଅବାଞ୍ଛନିୟ ଯୌନ ନିର୍ଯ୍ୟାତନା ବ୍ୟବହାର ଉପରେ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର ରେ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଯୋଗ ଦେଇ ନିଜ ଉପରେ ସଂଯମତା ଅବଲମ୍ୱନ କରି ଅବାଞ୍ଛନିୟ ବ୍ୟବହାର ପ୍ରତି ସତର୍କତା ଅବଲମ୍ବନ କରିବାକୁ ଆହ୍ବାନ କରିଥିଲେ। ଏହାର ଦୃଢ଼ ପ୍ରତିରୋଧ କରିବା ସହ ନିଜକୁ ସୁରକ୍ଷିତ କରିବାର ମହାମନ୍ତ୍ର ଅଟେ ବୋଲି କହିଥିଲେ। ଉପରୋକ୍ତ ସଭାରେ କଲେଜ ଅଧ୍ୟାପିକା ମହେଶ୍ୱତା ପଣ୍ଡା,ପ୍ରିୟଙ୍କା ମୁଣ୍ଡ ପ୍ରମୁଖ ମଞ୍ଚାସିନ ଥିଲେ। କେତେକ ଶିକ୍ଷା ଅନୁଷ୍ଠାନ ରେ ଛାତ୍ରୀଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନା ଦିନ କୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାର ସଂଘବଦ୍ଧ ଭାବେ ପ୍ରତିରୋଧ କରିବା ଦ୍ୱାରା ନିର୍ଯାତନାରୁ ମୁକ୍ତ ହେବେ ବୋଲି ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଏ ଅବସର ରେ ମହାବିଦ୍ୟାଳୟ ର ସମସ୍ତ ଛାତ୍ରୀମାନେ ଏକତ୍ରିତ ହୋଇ ନିଜ କୁ ସୁରକ୍ଷିତ କରିବାକୁ ଓ ପ୍ରତିରୋଧ କରିବାକୁ ସଂକଳ୍ପ ନେଇଥିଲେ।
ଡିଗ୍ରୀ ମହିଳା କଲେଜ, ଖଡ଼ିଆଳ : ଯୌନ ନିର୍ଯ୍ୟାତନା ଏକ ଅବାଞ୍ଛନୀୟ ବ୍ୟବହାର ଉପରେ ସଚେତନତା ଶିବିର
152
previous post