ଭାରତ ନିର୍ବାଚନ ଆୟୋଗ (ପ୍ରେସ୍ ବିଜ୍ଞପ୍ତି)
ନୂଆପଡ଼ା -୧୭/୭ (DI&PRO)
ଫର୍ମ ପୂରଣ ପାଇଁ ଆଉ ମାତ୍ର ୫.୮% ଭୋଟର ବାକି; ବିଶେଷ ସଘନ ସଂଶୋଧନ (SIR) ସମାପ୍ତ ହେବା ପାଇଁ ଆଉ ୮ ଦିନ ବାକି ଅଛି
୧-ମୋଟ ଭୋଟର (୨୪ ଜୁନ୍ ୨୦୨୫ ସୁଦ୍ଧା)
୭,୮୯,୬୯,୮୪୪
ପ୍ରତିଶତ
୨- ପ୍ରାପ୍ତ ହୋଇଥିବା ଗଣନା ଫର୍ମ
୭,୦୮,୧୮,୧୬୨
୮୯.୭%
୩- ଅପଲୋଡ୍ ହୋଇଥିବା ଗଣନା ଫର୍ମ
୬,୭୦,୫୯,୨୨୨
୮୪.୯%
୪- ନିଜ ଠିକଣାରେ ମିଳିନଥିବା ନିର୍ବାଚକ ମାନେ
୩୫,୬୯,୪୩୫
୪.୫% ,୪.୧ ସମ୍ଭବତଃ ଏପର୍ଯ୍ୟନ୍ତ ମୃତ ଭୋଟର
୧୨,୫୫,୬୨୦,
୧.୫୯%
୪.୨ ସମ୍ଭବତଃ ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ଭୋଟର ୧୭,୩୭,୩୩୬,
୨.୨%
୪.୩
ଏକାଧିକ ସ୍ଥାନରେ ନାମ ଲେଖାଇଥିବା ଭୋଟର (ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି)
୫,୭୬,୪୭୯
୦.୭୩%
୫- ପ୍ରାପ୍ତ ହେବାପାଇଁ ଅବଶିଷ୍ଟ ଗଣନା ଫର୍ମ
୪୫,୮୨,୨୪୭
୫.୮%
୬. ଆଜି ସୁଦ୍ଧା, ପୂର୍ବରୁ ଥିବା ଭୋଟରଙ୍କ ମଧ୍ୟରୁ ୮୯.୭% ଭୋଟର ୧ ଅଗଷ୍ଟ, ୨୦୨୫ରେ ପ୍ରକାଶିତ ହେବାକୁ ଯାଉଥିବା ଚିଠା ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ପାଇଁ ସେମାନଙ୍କର ଗଣନା ଫର୍ମ ଦେଇଛନ୍ତି। କୌଣସି ଭୋଟର ଇ.ସି.ଆଇନେଟ (ECINet) ଆପ୍ କିମ୍ବା https://voters.eci.gov.in ରେ ମଧ୍ୟ ସେମାନଙ୍କର ଗଣନା ଫର୍ମର ସ୍ଥିତି ଯାଞ୍ଚ କରିପାରିବେ। ସମାନ ଲିଙ୍କରେ ଗଣନା ଫର୍ମଗୁଡ଼ିକ ହିନ୍ଦୀ ଭାଷାରେ ମଧ୍ୟ ଅନଲାଇନରେ ପୂରଣ କରାଯାଇପାରିବ।
୭. ବୁଥ-ସ୍ତରୀୟ ଅଧିକାରୀ (BLO) ମାନଙ୍କର ୩ ଥର ଗସ୍ତ ପରେ ମଧ୍ୟ ଯେଉଁ ଭୋଟର ମାନେ ସେମାନଙ୍କ ଠିକଣାରେ ମିଳି ନାହାଁନ୍ତି, ସମ୍ଭବତଃ ମୃତ କିମ୍ବା ସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଛନ୍ତି କିମ୍ବା ଏକାଧିକ ସ୍ଥାନରେ ନାମାଙ୍କନ କରିଛନ୍ତି, ସେମାନଙ୍କୁ ପୁନଃଯାଞ୍ଚ କରିବା ପାଇଁ, ଏହି ସୂଚନା ଆସନ୍ତାକାଲିଠାରୁ ରାଜନୈତିକ ଦଳର ଜିଲ୍ଲା ସଭାପତି / ସେମାନଙ୍କ ଦ୍ୱାରା ନିଯୁକ୍ତ ୧.୫ ଲକ୍ଷ ବୁଥ୍ ସ୍ତରୀୟ ପ୍ରତିନିଧିଙ୍କ ସହ ମଧ୍ୟ ବଣ୍ଟନ କରାଯିବ, ଯାହା ଦ୍ଵାରା ୨୫.୦୭.୨୦୨୫ ପୂର୍ବରୁ ସେମାନଙ୍କ ଦ୍ୱାରା ଏହି ଭୋଟର ମାନଙ୍କ ସଠିକ୍ ସ୍ଥିତି ନିଶ୍ଚିତ କରାଯାଇପାରିବ।
୮. ବିହାରର ସମସ୍ତ ୨୬୧ଟି ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULB)ର ସମସ୍ତ ୫,୬୮୩ ଟି ୱାର୍ଡରେ ମଧ୍ୟ ସ୍ୱତନ୍ତ୍ର ଶିବିର ସ୍ଥାପନ କରାଯାଉଛି।
୯. ବିହାର ବାହାରେ ଅସ୍ଥାୟୀ ଭାବରେ ସ୍ଥାନାନ୍ତରିତ ହୋଇଥିବା ଲୋକମାନେ ମଧ୍ୟ ଇ.ସି.ଆଇନେଟ ଆପ୍ କିମ୍ବା https://voters.eci.gov.in ମାଧ୍ୟମରେ, ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ଅନଲାଇନ୍ ରେ ଗଣନା ଫର୍ମ ପୂରଣ କରିପାରିବେ। ସେମାନେ ପୂର୍ବରୁ ପୂରଣ ହୋଇଥିବା ଗଣନା ଫର୍ମକୁ ଡାଉନଲୋଡ୍ କରିପାରିବେ ଏବଂ ସେମାନଙ୍କର ପୂରଣ ହୋଇଥିବା ଫର୍ମଗୁଡ଼ିକୁ ସିଧାସଳଖ ବୁଥ-ସ୍ତରୀୟ ଅଧିକାରୀ କିମ୍ବା ପରିବାର ମାଧ୍ୟମରେ ହ୍ୱାଟସାପ (Whatsapp) କିମ୍ବା ଅନ୍ୟ କୌଣସି ମାଧ୍ୟମରେ ମଧ୍ୟ ପ୍ରଦାନ କରିପାରିବେ।