143
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପୀଡ଼ିତଙ୍କୁ ଆର୍ଥିକ କ୍ଷତିପୂରଣ ପ୍ରଦାନ।
ନୂଆପଡ଼ା -୧୯/୭ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଓ ଦୌରା ଜଜ୍ ଙ୍କ ଅଦାଲତରେ ବିଚାରାଧିନ ଖଡ଼ିଆଳର ଜନୈକ ମହିଳାଙ୍କ ହତ୍ୟା ମାମଲାରେ ତାଙ୍କର ୧୨ ବର୍ଷର ନାବାଳକ ଶିଶୁପୁତ୍ରଙ୍କୁ ଓଡ଼ିଶା ପୀଡ଼ିତ କ୍ଷତିପୂରଣ ଯୋଜନା, ୨୦୧୭ ଅନୁଯାୟୀ ପାଞ୍ଚ ଲକ୍ଷ ଟଙ୍କାର ମଧ୍ୟବର୍ତ୍ତୀକାଳୀନ ଆର୍ଥିକ କ୍ଷତିପୂରଣ ବାବଦରେ ଆଜି ଚେକ ପ୍ରଦାନ କରାଯାଇଛି । ପ୍ରାଧିକରଣର ସଚିବ ନବନୀତା ଦାଶ ଏହି ଚେକ୍ ଟିକୁ ଉକ୍ତ ନାବାଳକଙ୍କୁ ପ୍ରଦାନ କରି ତାଙ୍କୁ ଏହି ଅର୍ଥରାଶିର ସଦୁପଯୋଗ କରିବାପାଇଁ ଉପଦେଶ ଦେଇଥିଲେ ।
