Home ରାଜ୍ୟକାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ସମ୍ବନ୍ଧିତ ଦିନିକିଆ କର୍ମଶାଳା

କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ସମ୍ବନ୍ଧିତ ଦିନିକିଆ କର୍ମଶାଳା

by Maraguda Express
0 comments

ନୂଆପଡ଼ା -୨୩/୭ (ସୁରେନ୍ଦ୍ର ତିୱାରୀ) ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ କାର୍ଯ୍ୟକ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଦ୍ୱାରା ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ,ପ୍ରତିକାର ଓ ନିବାରଣ ସମ୍ବନ୍ଧିତ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୂଖ୍ଯ ଅତିଥି ରୂପେ ଯୋଗଦେଇଥିଲେ ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ସୁଶ୍ରୀ ନବନୀତା ଦାଶ ମୁଖ୍ୟ ବକ୍ତା ଥିଲେ । ଅନ୍ୟ ଅତିଥିଙ୍କ ମଧ୍ଯରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ମୂଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧାରୁଆ, ଉପଜିଲ୍ଲାପାଳ ସୁରମୀ ସୋରେନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସଙ୍ଗୀତା ପାତ୍ର, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲାର ସମସ୍ତ ତହସିଲଦାର, ସଖୀ କେନ୍ଦ୍ରର ପରିଚାଳିକା ତପସ୍ଵିନୀ ପଣ୍ଡା, ବରିଷ୍ଠ ଓକିଲ କୁମୁଦ ହୋତା ଏବଂ ଜିଲ୍ଲାର ସମସ୍ତ ବରିଷ୍ଠ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ସୁଶ୍ରୀ ଦାଶ ଓ ବରିଷ୍ଠ ଓକିଲ କୁମୁଦ ହୋତା କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩ ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡ଼ାକଡ଼ି ପାଳନ ପାଇଁ ଆହ୍ବାନ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha