Home ରାଜ୍ୟଟ୍ରାନ୍ସଫର୍ମର ପୋଡ଼ିଗଲା, ଦଶ ଦିନ ହେଲା ଅନ୍ଧାର ରେ ପଦମପୁର (ଖଇରା) ପଡ଼ା ବାସୀ

ଟ୍ରାନ୍ସଫର୍ମର ପୋଡ଼ିଗଲା, ଦଶ ଦିନ ହେଲା ଅନ୍ଧାର ରେ ପଦମପୁର (ଖଇରା) ପଡ଼ା ବାସୀ

by Maraguda Express
0 comments

ବୋଡେ଼ନ- ୨୫/୭ (ଜଗତରାମ ଦଣ୍ଡସେନା), ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ପଦମପୁର ରେ ପ୍ରାୟ କୋଡିଏ ପରିବାର ବସବାସ କରନ୍ତି । ହେଲେ ଆଜକୁ ଦଶ ଦିନହେବ ବିଜୁଳି ନଥିଲା, ତିନିଦିନ ତଳେ ଟାଟା ପାୱାର ଖଡ଼ିଆଳ ରୁ ମେକାନିକ ମାନେ ଆସି କାମଚାଳା ମରାମତି କରି ରାତିରେ ଚାଲିଯାଇଥିଲେ, ହେଲେ ସକାଳେ ଆଉ ବିଜୁଳି ଜଳିଲାନି l ଏଣୁ ଗ୍ରାମବାସୀ ଆଜକୁ ଦଶ ଦିନ ହେବ ଅନ୍ଧାର ରେ କଷ୍ଟେ ମଷ୍ଟେ ଦିନ ବିତାଉଛନ୍ତି l ଟାଟା ପାୱାର କେବଳ ବିଲ ପଇସା ନେଇଜାଣେ, କିନ୍ତୁ ବିଜୁଳି ସେବା ଯୋଗାଉନି l ଏଣୁ ପଡ଼ାର ଚନ୍ଦ୍ରମଣି ଦଣ୍ଡସେନା, ସନ୍ତୋଷ ଦଣ୍ଡସେନା, ରାଜକୁମାର ଯାନୀ, ଲକ୍ଷ୍ମଣ ଦଳ, ଲଳିତ ଅଦା, ନିରଞ୍ଜନ ଦଳ ପ୍ରମୁଖ କ୍ଷୋଭ ପ୍ରକାଶ କରି ଏକ ଟ୍ରାନ୍ସଫର୍ମର ଶୀଘ୍ର ଯୋଗାଇଦେବାକୁ ବିଭାଗୀୟ ଅଧିକାରୀଙ୍କ ଠାରେ ସାଧାରଣରେ ଦାବି କରିଛନ୍ତି। ଏଣୁ ଏହାର ପ୍ରତିକାର ନକଲେ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha