Home ରାଜ୍ୟଦାବ୍ରୀପଡା ରେ ଶିକ୍ଷାର ଦୀପ ଜାଳୁଛି ବିର୍ଷା ମୁଣ୍ଡା କ୍ଲବ: ୪୦ ରୁ ଅଧିକ ଶିଶୁଙ୍କୁ ମାଗଣା ଶିକ୍ଷା, ଆମ୍ବେଦକର ୟୁଥ ବ୍ରିଗେଡର ପ୍ରଶଂସନୀୟ ସହଯୋଗ।

ଦାବ୍ରୀପଡା ରେ ଶିକ୍ଷାର ଦୀପ ଜାଳୁଛି ବିର୍ଷା ମୁଣ୍ଡା କ୍ଲବ: ୪୦ ରୁ ଅଧିକ ଶିଶୁଙ୍କୁ ମାଗଣା ଶିକ୍ଷା, ଆମ୍ବେଦକର ୟୁଥ ବ୍ରିଗେଡର ପ୍ରଶଂସନୀୟ ସହଯୋଗ।

"ଶିକ୍ଷାର ବିପ୍ଳବ: ମାଗଣା ପାଠପଢ଼ା ରେ ଗଢ଼ୁଛନ୍ତି ଆସନ୍ତାକାଲି ର ସୁନାର ଭବିଷ୍ୟତ"

by Maraguda Express
0 comments
ନୂଆପଡ଼ା -୩୦/୬- ସମାଜ ପରିବର୍ତ୍ତନର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହେଉଛି ଶିକ୍ଷା। ଏହି ଚିନ୍ତାଧାରାକୁ ସାକାର କରି ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଦାବ୍ରୀପଡା ଗାଁରେ ବିର୍ଷା ମୁଣ୍ଡା କ୍ଲବ ପକ୍ଷରୁ ଚାଲିଥିବା ମୁକ୍ତ ଶିକ୍ଷାଦାନ କାର୍ଯ୍ୟକ୍ରମ ଆଜି ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି। କ୍ଲବ ର ଏହି ମହତ୍ ପ୍ରୟାସ ମାଧ୍ୟମରେ ପ୍ରତିଦିନ ପ୍ରାୟ ୪୦ ରୁ ୫୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଶିକ୍ଷାଦାନ କରାଯାଉଛି।
ଆର୍ଥିକ ଅସୁବିଧା ସତ୍ତ୍ୱେ ଯେପରି ଶିଶୁମାନେ ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି, ସେହି ଉଦ୍ଦେଶ୍ୟକୁ ସମ୍ମୁଖ ରେ ରଖି ଯୁବପିଢ଼ି ଙ୍କ ଏହି ସେବାଭାବୀ ପଦକ୍ଷେପ ପ୍ରମାଣ କରୁଛି ଯେ ସମାଜର ବିକାଶରେ ସଚେତନ ଯୁବଶକ୍ତିର ଭୂମିକା କେତେ ମହତ୍ୱପୂର୍ଣ୍ଣ।
“ଶିଶୁମାନଙ୍କୁ ପାଠପଢ଼ା ପ୍ରତି ଉତ୍ସାହିତ କଲା ଆମ୍ବେଦକର ୟୁଥ ବ୍ରିଗେଡ।”
ଏହି ପ୍ରଶଂସନୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣିବା ପରେ ଆମ୍ବେଦକର ୟୁଥ ବ୍ରିଗେଡ, ନୂଆପଡ଼ାର ସଦସ୍ୟମାନେ ଦାବ୍ରୀପଡା ରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ କରିଥିଲେ। ସେମାନେ ଶିଶୁମାନଙ୍କୁ ଖାତା, ପେନ ଓ ଚକୋଲେଟ ବଣ୍ଟନ କରିବା ସହ ପାଠପଢ଼ା ପ୍ରତି ଅଧିକ ଆଗ୍ରହୀ ହେବାକୁ ପ୍ରେରଣା ଦେଇଥିଲେ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଏହି ଅବସରରେ ନିଷ୍ଠାର ସହ ଶିଶୁମାନଙ୍କୁ ଶିକ୍ଷାଦାନ କରୁଥିବା ରଞ୍ଜନ ଶବର, ବନିତା ଶବର ଓ ରାଜନ ଶବରଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ସେମାନଙ୍କ ନିଷ୍ଠା, ସେବାଭାବ ଓ ସାମାଜିକ ଦାୟିତ୍ୱବୋଧ ଅନ୍ୟ ଯୁବପିଢ଼ି ପାଇଁ ଏକ ପ୍ରେରଣା ସାଜିଛି।ଏହି କାର୍ଯ୍ୟକ୍ରମରେ ନରେନ୍ଦ୍ର ନାଗ, ଲକ୍ଷ ସୁନା, ମୁଖ ସୁନା, ଲକ୍ଷ୍ମୀକାନ୍ତ ତାଣ୍ଡି, ସଚିନ ବିଭାର, ଦୀନେଶ ତାଣ୍ଡି, ବିଜୟ ଓ ରାକେଶଙ୍କ ସମେତ ବିର୍ଷା ମୁଣ୍ଡା କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
-ଶିକ୍ଷା ଓ ସାମାଜିକ ନ୍ୟାୟ ପାଇଁ ନିରନ୍ତର ପ୍ରୟାସ-
ଆମ୍ବେଦକର ୟୁଥ ବ୍ରିଗେଡ ପକ୍ଷରୁ କୁହାଯାଇଛି ଯେ ସଂଗଠନର ଲକ୍ଷ୍ୟ କେବଳ ସଂଗଠନ ବିସ୍ତାର ନୁହେଁ, ବରଂ ଶିକ୍ଷା, ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ ସଚେତନତା, ଯୁବଶକ୍ତି ର ବିକାଶ ଏବଂ ସାଧାରଣ ଲୋକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ନିରନ୍ତର କାର୍ଯ୍ୟ କରିବା। ସମାଜରେ ଏଭଳି ସକାରାତ୍ମକ ପଦକ୍ଷେପ ନିଶ୍ଚିତ ଭାବେ ଏକ ନୂଆ ଆଶା ଓ ପରିବର୍ତ୍ତନର ବାର୍ତ୍ତା ବହନ କରୁଛି।   “ଶିକ୍ଷା ହେଉଛି ସେହି ଆଲୋକ, ଯାହା ଅଜ୍ଞାନତା ର ଅନ୍ଧକାରକୁ ଦୂର କରି ଏକ ସୁନ୍ଦର, ସଶକ୍ତ ଓ ସଚେତନ ସମାଜ ଗଠନ କରେ। ଆଜିର ଏହି ଛୋଟ ପ୍ରୟାସ ଆସନ୍ତାକାଲି ର ଉଜ୍ଜ୍ୱଳ ଭବିଷ୍ୟତର ମଜବୁତ ମୂଳଦୁଆ ସାବ୍ୟସ୍ତ ହେବ।”

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha