Home ରାଜ୍ୟବନ ମହୋତ୍ସବ ସପ୍ତାହରେ ନୂଆପଡ଼ାରେ ମହା ବୃକ୍ଷରୋପଣ ଅଭିଯାନ : ୧୫୦ରୁ ଅଧିକ ଚାରା ରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ ।

ବନ ମହୋତ୍ସବ ସପ୍ତାହରେ ନୂଆପଡ଼ାରେ ମହା ବୃକ୍ଷରୋପଣ ଅଭିଯାନ : ୧୫୦ରୁ ଅଧିକ ଚାରା ରୋପଣ, ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ ।

by Maraguda Express
0 comments
ନୂଆପଡ଼ା -୧/୦୭ – ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନୂଆପଡ଼ା ଜିଲ୍ଲାରେ ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏକ ମହତ୍ୱପୂର୍ଣ୍ଣ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା, ବନ ବିଭାଗ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ, ନୂଆପଡ଼ା ର ମିଳିତ ଆନୁକୂଲ୍ୟରେ ଶାଖାତୋରା ସ୍ଥିତ ଏକଲବ୍ୟ ଆବାସିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ, ସଚେତନତା ଶିବିର ଓ ଶୋଭାଯାତ୍ରା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟକ୍ରମ ସଫଳତା ସହ ଅନୁଷ୍ଠିତ ହୋଇଯାଇଛି।

 

କାର୍ଯ୍ୟକ୍ରମରେ ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ସମର ବିଳାସ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ଙ୍କୁ ଅତି କମରେ ଗୋଟିଏ ବୃକ୍ଷ ରୋପଣ କରି ତାହାର ଯତ୍ନ ନେବାକୁ ଆହ୍ୱାନ କରିଥିଲେ।
ଏହି ଅବସରରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ଜଜ୍ ଦୁର୍ବାସା ଦୁର୍ଗା, ପ୍ରାଧିକରଣର ସଚିବ ନବନୀତା ଦାଶ, ବରିଷ୍ଠ ଦେୱାନୀ ଜଜ୍ (ମହିଳା ନ୍ୟାୟାଳୟ) ସରୋଜିନୀ ସାହୁ, ନିବନ୍ଧକ ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସିଆରପିଏଫ୍ ୨୧୬ ବ୍ୟାଟାଲିୟନ୍‌ର କମାଣ୍ଡାଣ୍ଟ ଏରିକ୍ ଗିଲବର୍ଟ୍ ଜୋଶ୍, ନୂଆପଡ଼ା ଜିଲ୍ଲା ସିଭିଲ ଅଧିବକ୍ତା ସଂଘର ଉପସଭାପତି ପ୍ରବୀଣ ରଞ୍ଜନ ପଟ୍ଟନାୟକ, ସଚିବ ମିଲାଉ ରଣା, ଏନଏସି ଇଓ ସନ୍ଦିପ ଚନ୍ଦ୍ରକାର , ଅଧିବକ୍ତା ସନ୍ଥରାମ ସାହୁ, ଲୋକନାଥ ବାଗ, ଜୟ କୁମାର ନିଷାଦ, ମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ସେନାପତି, ଉପମୁଖ୍ୟ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ଅଧିକାର ମିତ୍ର,ଶିକ୍ଷକ-ଶିକ୍ଷୟିତ୍ରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ସମସ୍ତଙ୍କ ମିଳିତ ସହଯୋଗରେ ବିଦ୍ୟାଳୟ ପରିସରରେ ୧୫୦ ରୁ ଅଧିକ ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏହାସହ ଛାତ୍ରଛାତ୍ରୀ ଓ ଅଧିକାର ମିତ୍ରମାନଙ୍କ ଅଂଶଗ୍ରହଣରେ ଏକ ଆକର୍ଷଣୀୟ ଶୋଭାଯାତ୍ରା ଆୟୋଜିତ ହୋଇ ପରିବେଶ ସୁରକ୍ଷା ଏବଂ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ସମାଜକୁ ସଚେତନ କରାଯାଇଥିଲା।
ସଚେତନତା ଶିବିରରେ ପ୍ରାଧିକରଣର ସଚିବ ନବନୀତା ଦାଶ ପରିବେଶ ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପୃଥିବୀ ଗଢ଼ି ତୋଳିବାରେ ବୃକ୍ଷରୋପଣର ଅପରିହାର୍ଯ୍ୟ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ କେବଳ ଚାରା ରୋପଣ ନୁହେଁ, ବରଂ ତାହାର ସୁରକ୍ଷା ଓ ନିୟମିତ ଯତ୍ନ ନେବାକୁ ମଧ୍ୟ ସେ ଆହ୍ୱାନ ଜଣାଇଥିଲେ।
ଏହି ବୃହତ୍ ବୃକ୍ଷରୋପଣ ଅଭିଯାନ ପରିବେଶ ସୁରକ୍ଷା ପ୍ରତି ସମସ୍ତଙ୍କ ଦାୟିତ୍ୱବୋଧକୁ ସୁଦୃଢ଼ କରିବା ସହ ସମାଜରେ ସବୁଜ ବିପ୍ଳବର ବାର୍ତ୍ତା ପ୍ରସାର କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha