Home ରାଜ୍ୟକେନ୍ଦ୍ର ସରକାରଙ୍କ କଡାକଡ଼ି ମାଓଦମନ ନୀତି: ଛତିଶଗଡ଼ ଛାଡ଼ି ଲାଲ ବାହିନୀ ଓଡ଼ିଶା ମୁହାଁ

କେନ୍ଦ୍ର ସରକାରଙ୍କ କଡାକଡ଼ି ମାଓଦମନ ନୀତି: ଛତିଶଗଡ଼ ଛାଡ଼ି ଲାଲ ବାହିନୀ ଓଡ଼ିଶା ମୁହାଁ

by Maraguda Express
0 comments

ନୂଆପଡ଼ା -୨୮/୭ (ସୁରେନ୍ଦ୍ର ତିୱାରୀ ) କେନ୍ଦ୍ର ସରକାରଙ୍କ ମାଓବାଦୀଦମନ କୁ କଡାକଡ଼ି ପାଳନ କରିବାକୁ ନିର୍ଦ୍ଧେଶ ଫଳଲରେ ଛତିଶଗଡ଼ରେ ମାଓ ବିରୋଧି ଅପରେସନ ଜୋରଦାର ହୋଇଛି । ଏଣୁ ପ୍ରାଣ ବିକଳରେ ବଡ଼ ବଡ଼ କ୍ୟାଡ଼ର ମାଓବାଦୀମାନେ ଓଡ଼ିଶା ମୁହାଁ ହେଉଛନ୍ତି । ନୂଆପଡ଼ା ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଟପ୍‌ କ୍ୟାଡ଼ର ମାଓବାଦୀ ବାଳକୃଷ୍ଣ ଓ ପ୍ରମୋଦ ବୁଲୁଥିବା ପୁଲିସ ଗୁଇନ୍ଦାକୁ ସୂଚନା ମିଳିଛି । ଜାନୁୟାରୀ ୩ ରେ ସୀମାନ୍ତ ଗରିଆବନ୍ଦ ଜିଲ୍ଲା ଇନ୍ଦାଗାଁ ଥାନା କଣ୍ଡେଶର ଓ ନାଗେଶ ଗାଁ ମଧ୍ୟସ୍ଥ ସୋରନାମାଲ ଜଙ୍ଗଲରେ ଛତିଶଗଡ଼ ପୁଲିସ ଓ ନୂଆପଡ଼ା ଏସଓଜି ଟିମ କମ୍ବିଂ ଅପରେସନ କରି ତିନି ଜଣ ମାଓବାଦୀ ନିହତ କରିବା ସହ ପାଞ୍ଚ ଟି ବନ୍ଧୁକ ଓ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଜାନୁୟାରୀ ୨୪ ରେ ନୂଆପଡ଼ା ସୀମାନ୍ତରୁ ୫ କିମି ଦୂର ଗରିଆବନ୍ଧ ଜିଲ୍ଲା ମେନପୁର ଥାନା କୁହ୍‌ଲାଡିଘାଟ ସଂରକ୍ଷିତ ଜଙ୍ଗଲର ଭାଲୁଡ଼ିଗ୍‌ଗୀ ଗାଁ ନିକଟରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ସୁରକ୍ଷା ବାହିନୀ ଗୁଳିରେ ୩୦ ମାଓବାଦୀ ନିହତ ହୋଇଥିଲେ । ମାର୍ଚ୍ଚ ୩ ରେ ସୀମାନ୍ତ ମେନପୁର ଥାନା ପଣ୍ଡ୍ରିପାଣି ମାଓକ୍ୟାମ୍ପରୁ ନଗଦ ୮ଲକ୍ଷ ସହ ବିପୁଳ ବିସ୍ଫୋରକ ଜବତ ହୋଇଥିଲା । ସେହିଦିନ ବୋଡ଼େନ ଥାନା ପାଟଦର୍ହା ଜଙ୍ଗଲରୁ ଏକ ଦେଶୀ ବନ୍ଧୁକ ସହ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ମଇ ୩ ରେ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ଶୋଭା ଥାନା ମୋତିପାନି ରକ୍ଷାପଥର ଅମାଡ଼ ଜଙ୍ଗଲରେ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା କାକକୋରମା ଗାଁର ବସ୍ତର ଡିଭିଜନ କମିଟି ସଦସ୍ୟ ମାଓବାଦୀ ଆୟାତୁ ଓରଫ ଯୋଗେଶ କୋର୍ଷାଙ୍କୁ ସୁରକ୍ଷା ବିହିନୀ ଏନକାଉଣ୍ଟର କରିଥିଲା । ଏସଏଲଆର ବନ୍ଧୁକ, ୪ଟି ରକେଟ ଲଞ୍ଚର, ୱାକିଟକି ଜବତ କରିଥିଲା । ମଇ ୧୪ ରେ ସୁନାବେଡ଼ା ଅଭୟାରଣ୍ୟ ଜଳମଡ଼େଇ ସଂରକ୍ଷିତ ଜଙ୍ଗଲରେ ମାଓକ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ କରିଥିଲେ । ଚଳିତ ମାସ ୮ ଜୁଲାଇ ଓ ୨୫ ଜୁଲାଇ ୨୦୨୫ ରେ ଦୁଇ ଥର ମାଓ କ୍ୟାମ୍ପ ଠାବ ହୋଇଛି। ସିନାପାଲି ଥାନା ଝାରବନ୍ଧ ନାରାୟଣ ଡୁଙ୍ଗୁରୀ ସଂରକ୍ଷିତ ଜଙ୍ଗଲରେ ଡିଭିଏଫ ଯବାନମାନେ ମାଓକ୍ୟାମ୍ପରୁ ଆଇଇଡ଼ି, ଡିଟୋନେଟର, ୨୦ଟି ଜିଲୋଟିନ ଭଳି ବିପୁଳ ବିସ୍ଫୋରକ ଜବତ କରିଥିଲେ ପୁନଃ ୨୫ ଜୁଲାଇ ୨୦୨୫ ଚଳିତ ମାସ କାଠଫେର- ଛତାପାନି ଜଙ୍ଗଲ ରେ ମାଓ କ୍ୟାମ୍ପ ଠାବ କରି ବିପୁଳ ବିସ୍ଫୋରକ ଓ ଗୁଳି ଗୋଲା ସହ ମାଓ କ୍ୟାମ୍ପ ରେ ବ୍ୟବହୃତ ସାମଗ୍ରୀକୁ ଜବତ୍ କରାଯାଇଛି।ଛତିଶଗଡ଼ରେ ନକ୍ସଲ ବିରୋଧି ଅଭିଯାନ ପରେ ଲାଲବାହିନୀ ପ୍ରାଣ ବିକଳରେ ଛିନ୍ନଛତ୍ର ହେଉଛନ୍ତି । ଆତ୍ମଗୋପନ ପାଇଁ ସୀମାନ୍ତ ନୂଆପଡ଼ା ଜିଲ୍ଲାକୁ ଅନୁପ୍ରବେଶ କରୁଛନ୍ତି । ସେମାନେ ସୁନାବେଡ଼ା ଅଭୟାରଣ୍ୟର ଘଞ୍ଚ ଜଙ୍ଗଲକୁ ସୁରକ୍ଷିତ ସ୍ଥାନ ବାଛିଛନ୍ତି । ଏବେ ନିୟମିତ ବ୍ୟବଧାନରେ ମାଓକ୍ୟାମ୍ପ ଠାବ ହେଉଥିବାରୁ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ସକ୍ରିୟ ହେଉଛନ୍ତି । ନିଜ ସଂଗଠନକୁ ମଜବୁତ୍ କରିବା ପାଇଁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି । ବର୍ଷାଋତୁରେ ଗଛଡ଼ାଳ ଓ ଲଟାବୁଦାରେ ମାଓବାଦୀଙ୍କୁ ଲୁଚିବାକୁ ସୁବିଧା ହେଉଛି ।
ଏବେ ସୀମାନ୍ତ ଉଦନ୍ତୀ ସୀତା ନଦୀ ଅଭୟାରଣ୍ୟ ଅଞ୍ଚଳରେ ଟପ କ୍ୟାଡ଼ର ମାଓବାଦୀ ବାଳକୃଷ୍ଣ ଓରଫ ଆଲନା ଓ ରାଜ୍ୟ କ୍ୟାଡ଼ର ଏସିଏମ ସଦସ୍ୟ ପ୍ରମୋଦ ଓରଫ ପାଣ୍ଡୁ ବୁଲୁଥିବା ପୁଲିସକୁ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିବା ଏସପି ଜିଆର ରାଘବେନ୍ଦ୍ର ପ୍ରକାଶ କରିଛନ୍ତି । ମାଓ ସଂଗଠନ ଧିରେ ଧିରେ ଦୁର୍ବଳ ହେଉଥିବାରୁ କୌଣସି ବଡ଼ ଆକ୍ରମଣ କରିବା କୁ ସାହସ ଜୁଟାଇ ପାରୁନାହାନ୍ତି । ଅନ୍ୟପକ୍ଷେ ସୀମାନ୍ତରେ ଉଭୟ ରାଜ୍ୟ ପୁଲିସ ଓ ସୁରକ୍ଷା ବାହିନୀ ଘନଘନ କମ୍ବିଂ ଅପରେସନ ହେତୁ ମାଓବାଦୀଙ୍କୁ ବି ଭୟ ରହୁଛି । ତେବେ ସୀମାନ୍ତରେ ବାରମ୍ବାର ମାଓ କ୍ୟାମ୍ପରୁ ବିସ୍ଫୋରକ ସାମଗ୍ରୀ ଜବତ ହେବା ପୁଲିସକୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନୂଆପଡ଼ା ଜିଲ୍ଲା ପୋଲିସ ବେଳ ହୁଁ ସାବଧାନ ହୋଇ ତାଙ୍କ ଗତିବିଧି ଉପରେ ତୀକ୍ଷଣ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କୌଣସି ଅଘଟଣ ପୂର୍ବରୁ ସଜାଗ ରହିଥିବା କଥା ବୋଲି ସାଧାରଣ ରେ ଆଲୋଚନା ହେଉଛି। ନୂଆପଡ଼ା ଜିଲ୍ଲା ପୋଲିସ ଡିଭିଏଫ, ଏସଓଜି ଓ ସିଆରପିଏଫ ଯବାନଙ୍କ ତୁହା କୁ ତୁହା କୁମ୍ବିଂ ଅପରେସନ ଫଳ ରେ ମାଓ ଗତିବିଧି ଉପରେ ଜିଲ୍ଲା ରେ ଅଙ୍କୁଶ ଲାଗିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha