173

ନୂଆପଡ଼ା -୨୮/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ଓଡ଼ିଶାର ଅଗ୍ରଣୀ ମାସିକ ଇଂରାଜୀ ପତ୍ରିକା
ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଗତ କାଲି ଭୁବନେଶ୍ୱର ଠାରେ ଏକ ଭବ୍ୟ ସମାବେଶରେ ସମ୍ମାନୀତ କରାଯାଇଛି। ଇଣ୍ଟରଭ୍ୟୁ ଟାଇମ୍ସ ଦ୍ଵାରା ଭୁବନେଶ୍ୱରଠାରେ ଅନୁଷ୍ଠିତ ଜାତୀୟ ସିଇଓ ଗୋଲଟେବୁଲ ୨୦୨୫ ରେ
” ବର୍ଷର ପ୍ରେରଣାଦାୟକ କଲେକ୍ଟର ” ଉପାଧିରେ ଜିଲ୍ଲାପାଳ ଶ୍ରୀ ଦାଶଙ୍କୁ ସମ୍ମାନିତ କରି କୁହାଯାଇଛି ଯେ , ନୂଆପଡାରେ ତାଙ୍କର ଗତିଶୀଳ ନେତୃତ୍ୱ ଏବଂ ସାର୍ବଜନୀନ ସେବା ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗ, ଅଭିନବ କାର୍ଯ୍ୟ ଦକ୍ଷତା,ଅନେକଙ୍କ ଜୀବନରେ ହସ ଫୁଟାଇଛି ଓ ଜିଲ୍ଲା ରେ ପରିବର୍ତ୍ତନ ସହ ଉନ୍ନତି ଆଣିଛି। ଶାସନ ଏବଂ ସମାଜ ପ୍ରତି ସମର୍ପିତ କାର୍ଯ୍ୟ ଦକ୍ଷତା ପାଇଁ ଏହି ଜାତୀୟ ମଞ୍ଚରେ ଜିଲ୍ଲାପାଳ ଶ୍ରୀ ଦାଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ସମ୍ମାନୀତ କରାଯାଇଛି ।