Home ରାଜ୍ୟନୂଆପଡ଼ା ସଦର : ଜେଲ ରାସ୍ତା ପ୍ରତି ଦୃଷ୍ଟି ପଡୁ

ନୂଆପଡ଼ା ସଦର : ଜେଲ ରାସ୍ତା ପ୍ରତି ଦୃଷ୍ଟି ପଡୁ

by Maraguda Express
0 comments

ନୂଆପଡ଼ା -୩୦/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟ ସ୍ଥିତ ବସ ଷ୍ଟାଣ୍ଡ ନିକଟ ସବ ଜେଲକୁ ସଂଯୋଗ କରୁଥିବା ରାସ୍ତା ମରାମତି ଅଭାବ ରୁ ଅତି କଦର୍ଯ୍ୟ ହୋଇପଡ଼ିଛି। ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ଏନଏଏସି କୌଣସି ପଦକ୍ଷେପ ନେଉନାହିଁ । ଫଳରେ ଜେଲ ଅନ୍ତେବାସୀଙ୍କୁ ଦେଖା କରିବାକୁ ଆସୁଥିବା ସମ୍ପର୍କୀୟମାନେ ପାଣି କାଦୁଅ ପଚପଚ ରାସ୍ତା ରେ ଯାତାୟାତ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଭିଯୋଗ ଅନୁଯାୟୀ ଦୀର୍ଘବର୍ଷ ହେବ ଉକ୍ତ ରାସ୍ତା ଶୋଚନୀୟ ଅବସ୍ଥାରେ ଥିବାବେଳେ ମରାମତି କିମ୍ବା
କଂକ୍ରିଟ ହେଉନି। ଫଳରେ ଖାଲଖମା ରାସ୍ତା ହୋଇଥିବାରୁ ସାମାନ୍ୟ ବର୍ଷା ହେଲେ ପାଣି ଜମୁଛି। ଜଳ ନିଷ୍କାସନ ନିମନ୍ତେ ଡ୍ରେନ ବ୍ୟବସ୍ଥା ନଥିବାରୁ ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଜିଲ୍ଲା ସଦର ମହକୁମା ରାସ୍ତା ର ଏ ଅବସ୍ଥା । ସହର ଓ ନଗର ଉନ୍ନୟନ ବିଭାଗ ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବାବେଳେ ନୂଆପଡା ସହରରେ ଏହାର ବ୍ୟତିକ୍ରମ ଘଟିଛି। ଲୋକେ ସେହି ପୁରୁଣା ମାଟି ରାସ୍ତା ଉପରେ ନିର୍ଭର କରୁଛନ୍ତି । ରାସ୍ତାରେ କଂକ୍ରିଟ କିମ୍ବା ପେଭର ବ୍ଳକ କରିବା ସହ ଡ୍ରେନ ନିର୍ମାଣ ପାଇଁ ନୂଆପଡ଼ା ସହରବସୀ ଦାବି କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha