Home ରାଜ୍ୟସର୍ବଶ୍ରେଷ୍ଠ ଦୁର୍ଗାପୂଜା ମଣ୍ଡପ ଭାବେ ରଜା ପଡ଼ା,ଖଡ଼ିଆଳ କୁ ଟ୍ରଫି ଦେଇ ସମ୍ମାନିତ।

ସର୍ବଶ୍ରେଷ୍ଠ ଦୁର୍ଗାପୂଜା ମଣ୍ଡପ ଭାବେ ରଜା ପଡ଼ା,ଖଡ଼ିଆଳ କୁ ଟ୍ରଫି ଦେଇ ସମ୍ମାନିତ।

ନିଉଜ ୧୮ ଓଡ଼ିଆ ଚେନାଲ ପକ୍ଷ ରୁ ଜିଲ୍ଲା ର ସର୍ବଶ୍ରେଷ୍ଠ ଦୁର୍ଗାପୂଜା ମଣ୍ଡପ ଭାବରେ ସର୍ବଜନୀନ ଦୁର୍ଗାପୂଜା ଟ୍ରଷ୍ଟ , ରଜାପଡ଼ା କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଛି।

by Maraguda Express
0 comments

ନୂଆପଡ଼ା -୨/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ର ସର୍ବଶ୍ରେଷ୍ଠ ପୁଜା ମଣ୍ଡପ ଭାବ ରେ ଆଜି ନିଉଜ ୧୮ ଓଡିଆ ତରଫ ରୁ ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ରଜାପଡା କୁ ଟ୍ରଫି ଦେଇ ସମ୍ମାନୀତ କରାଯାଇଛି,ପ୍ରତିବର୍ଷ ଭଳି ନିଉଜ ୧୮ ଓଡିଆ ନିଉଜ ଚେନାଲ ତରଫ ରୁ ଶାରଦୀୟ ଦୁର୍ଗା ପୁଜା ଉପଲକ୍ଷେ ଜିଲ୍ଲା ର ଯେ କୌଣସି ସୁସଜ୍ଜିତ ତୋରଣ ଆଲୋକ ସାଜସଜ୍ଜା ଓ ରୀତି ନୀତି ଅନୁଶାରେ ପୁଜା କରାଯାଉଥିବା ଦୁର୍ଗା ପୁଜା ମଣ୍ଡପ କୁ ଚୟନ କରି ନିଉଜ ୧୮ ଓଡିଆ ତରଫ ରୁ ସେହି ପୁଜା ମଣ୍ଡପ କୁ ଜିଲ୍ଲା ର ଶ୍ରେଷ୍ଠ ପୁଜା ମଣ୍ଡପ ଭାବରେ ପୁଜା କମିଟି ସଭାପତି ଙ୍କୁ ଉପଢୌକନ ଦେବା ସହ ଅତିଥି ଙ୍କ ଦ୍ବାରା ଟ୍ରଫି ପ୍ରଦାନ କରାଯାଇଥାଏ।

ଚଳିତ ବର୍ଷ ଶାରଦୀୟ ଦୁର୍ଗାପୁଜା ଅବସର ରେ ଖଡିଆଳ ରଜାପଡା ର ସାର୍ବଜନୀନ ଦୁର୍ଗାପୁଜା ଟ୍ରଷ୍ଚ କୁ ସର୍ବ ଶ୍ରେଷ୍ଠ ପୁଜା ମଣ୍ଡପ ଭାବ ରେ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା,ଆଜି ର ନିଉଜ ୧୮ ଓଡିଆ ର ଶାରଦୀୟ ସମ୍ମାନ ଉତ୍ସବ କାଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବରେ ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ସଭାପତି ଦେବ ଦେବ ସିଂ ଦେଓ ତଥା ସମ୍ମାନୀତ ଅତିଥି ଭାବ ରେ ରାଜ୍ୟପାଳ ପୁପସ୍କାର ପ୍ରାପ୍ତ ଅବସରକାଳୀନ ଶିକ୍ଷକ ବଳଭଦ୍ର ମହାଉତି ଓ କଣ୍ଟାବାଞ୍ଜି କଲେଜ ଅଧ୍ୟକ୍ଷ ଡ.ପଦ୍ମଲୋଚନ ବର୍ମା, ପୁଜା ମଣ୍ଡପ ର ବରିଷ୍ଟ ରାଜ ପୁରୋହିତ ମାନଙ୍କ ସହ ପୁଜା କମିଟି ର ସଦସ୍ୟ ଓ ଖଡିଆଳ ର ଗଣ୍ୟମାନ୍ୟ ବ୍ୟକ୍ତି ଗଣ ଉପସ୍ଥିତ ରହିଥିଲେ।ଖଡିଆଳ ରଜାପଡା ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ର ପୁଜା ମଣ୍ଡପ ବହୁ ପୁରୁଣା ରାଜା ରାଜୁଡା ସମୟ ରୁ ଦଶହରା ଦୁର୍ଗା ପୁଜା ପାଳିତ ହୋଇ ଆସୁଅଛି।ଏଠିକାର ଦୁର୍ଗା ମେଢ ଓ ରୁପା ର ଅଲଙ୍କାର ରେ ଶୋଭିତ ମାଁ ଙ୍କ ବେଶ ଭାରି ଆକର୍ଷଣୀୟ ରହିଥିବାବେଳେ ଏହି ପୁଜା ମଣ୍ଡପ ରୀତି କାନ୍ତି ମଧ୍ୟ ଅନ୍ୟ ପୁଜା ମଣ୍ଡପ ଠାରୁ ଭିନ୍ନ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରେ କହିଥିଲେ। ଅନ୍ୟପଟେ ନିଉଜ ୧୮ ଓଡିଆ ର ଅଭିନବ ପ୍ରୟାସ କୁ ମଧ୍ୟ ଅତିଥି ମାନେ ଭୁରି ଭୁରି ପ୍ରଶଂସା କରିଥିଲେ।ଶେଷ ରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ରଜାପଡା ସାର୍ବଜାନୀନ ଦୁର୍ଗାପୁଜା ଟ୍ରଷ୍ଟ ସଭାପତି ଦେବ ଦେବ ସିଂ ଦେଓ ଙ୍କୁ ପୁଷ୍ପ ଗୁଚ୍ଛ ଉତରିୟ ଉପଢୌକନ ଦେବା ସହ ନିଉଜ ୧୮ ଓଡିଆ ର ଶାରଦୀୟ ଟ୍ରଫି ପ୍ରଦାନ କରାଯାଇଥିଲା। ନିଉଜ ୧୮ ର ଶାରଦୀୟ ସମ୍ମାନ କାଯ୍ୟକ୍ରମ କୁ ଇଟିଭି ର ଜିଲ୍ଲା ପ୍ରତିନିଧି ମୋତିଲାଲ ବାଗ ମଞ୍ଚ ପରିଚାଳନା କରିଥିବାବେଳେ ନିଉଜ ୧୮ ଓଡିଆ ର ଜିଲ୍ଲା ପ୍ରତିନିଧି ବିଜୟ କୁମାର ସହିସ ଶାରଦୀୟ ସମ୍ମାନ ର ଲକ୍ଷ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ସଭା ଶେଷ ରେ ଏୱାନ ଟିଭି ର ଜିଲ୍ଲା ପ୍ରତିନିଧି ଦେବେଶ କୁମାର ହୋତା ଧନ୍ୟବାଦ ଅର୍ପଣ କରିଥିଲେ। ଏ ଅବସର ରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯଥା ଓଟିଭି ପ୍ରତିନିଧି କୁନାଲ ଚରଣ ବେହେରା, ବରିଷ୍ଟ ସାମ୍ବାଦିକ ତପନ ରଞ୍ଜନ ଦାସ,ପରମେଶ୍ବର ବାରିକ, ସାମ୍ବ କୁମାର ସରାଫ,ହେମନ୍ତ ବେହେରା,ବାପିନା ସାହୁ,ଦେବାନନ୍ଦ ତାଣ୍ଡି,ମିନକେତନ ନାଏକ,ହେମନ୍ତ କୁମାର,ମୋହନ,ଛତ୍ରିଆ,ଯୋଗେଶ୍ବର ସଗରିଆ,ଡଲୁ ପ୍ରଧାନ,ସମେତ ଅନେକ ସାମ୍ବାଦିକ ମାନେ ଉପସ୍ଥିତ ରହି ଖବର ସଂଗ୍ରହ କରିବା ସହ କାଯ୍ୟକ୍ରମ କୁ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha