
ନୂଆପଡ଼ା -୩୦/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାର ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ଗଙ୍ଗାଧର ସାରସ୍ୱତ ସମିତି ତରଫରୁ ସିନାପାଲି ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଛି l ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ଏନେଇ ବିଶଦ ଆଲୋଚନା କରାଯାଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଥିଲା l ଏ ବର୍ଷ ଜୟନ୍ତୀ ସମାବେଶରେ ମୁଖ୍ଯ ଅତିଥି ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ବିଶିଷ୍ଟ ଅତିଥି କବି ତଥା ଜିଲ୍ଲାପାଳ ମଧୁସୂଦନ ଦାସ, ମୁଖ୍ଯବକ୍ତା ପ୍ରବାଚିକା ବିଜୟିନୀ ଶତପଥୀ ଓ ସମ୍ମାନିତ ଅତିଥି ସୁସାହିତ୍ଯିକ ସୁଶିଳ କୁମାର ବାଗ ଯୋଗ ଦେବେ। ଚଳିତବର୍ଷ ସୁନାମଧନ୍ଯ ସାରସ୍ବତ ପ୍ରତିଭା ସୁଶିଳ କୁମାର ବାଗ, ଗୀତାଶ୍ରୀ ପ୍ରିୟମ୍ଭଦା, ପ୍ରବୋଧ କୁମାର ହୋତାଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସମିତି ସୂଚନା ଦେଇଛନ୍ତି । ପ୍ରତିବର୍ଷ ଭଳି କବିତା ସଂକଳନ “ଅମୃତ ଗଙ୍ଗା” ଓ ଇ‐ସାହିତ୍ଯ ପତ୍ରିକା “ସ୍ୱର୍ଣ୍ଣୋଦୟ”କୁ ଅତିଥିମାନେ ଉନ୍ମୋଚନ କରିବେ । ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଏବଂ ଜିଲ୍ଲା ଓ ଜିଲ୍ଲା ବାହାର କବିମାନଙ୍କୁ ନେଇ କବିତା ପାଠୋତ୍ସବ ଅନୁଷ୍ଠିତ ହେବ । ପ୍ରସ୍ତୁତି ସଭା ପ୍ରାରମ୍ଭରେ ସଂପାଦକ ତରୁଣ କୁମାର ମେହେର ସମସ୍ତଙ୍କୁ ସ୍ବାଗତ କରିଥିଲେ l ସଭାରେ ଡମ୍ୱରୁଧର ମେହେର, ନାରାୟଣ ପାତ୍ର, ନବୀନଚନ୍ଦ୍ର ମେହେର, ଈଶ୍ବର ପ୍ରସାଦ ମେହେର, ଲୋକନାଥ ମେହେର, ତ୍ରିନାଥ ମେହେର, ବଂଶୀଧର ଜଗତ, ସୂରଜ କୁମାର ମେହେର, ନିଲାଞ୍ଚଳ ମେହେର, ପ୍ରଦ୍ଯୁମ୍ନ କୁମାର ଚିନ୍ଦା, ପ୍ରେମାନନ୍ଦ ମେହେର, ଆଲୋକ କୁମାର ମେହେର, ରଶ୍ମିରଞ୍ଜନ ସା, ହାଡ଼ୁରାମ ମେହେର, ଜୀତେନ୍ଦ୍ର ମେହେର, ସାନୁର୍ଯ୍ଯ ମେହେର, ବେଣୁଧର ମେହେର, ପ୍ରଭାତ କୁମାର ମେହେର, ଚୂଡ଼ାମଣି ମେହେର, ଗୌତମ ମେହେର, ଲୋଚନ ମେହେର, ହୄଦାନନ୍ଦ ମେହେର, ଶିବ ପ୍ରସାଦ ମେହେର, ଭିଷ୍ମରାଜ ମେହେର, ଧବଲେଶ୍ବର ମେହେର, ତିଳେଶ୍ବର ମେହେର, ଶଙ୍କର ମେହେର, ଧନଞ୍ଜୟ ମେହେର, ଚନ୍ଦ୍ର ଶେଖର ମେହେର, ହିମାଂଶୁ ମେହେର, ଡମ୍ବରୁଧର ମେହେର, ପ୍ରମୁଖ ଉପସ୍ଥିତ ରହିଥିଲେ l ଶେଷରେ ଧୄବଚରଣ ପଧାନ ଧନ୍ଯବାଦ ଦେଇଥିଲେ ।
ସିନାପାଲିରେ ଗଙ୍ଗାଧର ଜୟନ୍ତୀ ପ୍ରସ୍ତୁତି ସଭା : ସୁସାହିତ୍ଯିକ ସୁଶିଳ କୁମାର ବାଗ, ଗୀତାଶ୍ରୀ ପ୍ରିୟମ୍ଭଦା ଓ ପ୍ରବୋଧ ହୋତା ପାଇବେ ସମ୍ବର୍ଦ୍ଧନା
162
previous post