Home ରାଜ୍ୟଏନଏସି ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ମହିଳା ସ୍ୱୟଂ ସହାୟତା ସମୂହ କୁ ନେଇ ଏକ ସାର୍ଥକ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

ଏନଏସି ଓ ହସ୍ତଶିଳ୍ପ ବିଭାଗ ସହଯୋଗରେ ମହିଳା ସ୍ୱୟଂ ସହାୟତା ସମୂହ କୁ ନେଇ ଏକ ସାର୍ଥକ ଏବଂ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ) ଏନଏସି ଖରିଆର ରୋଡ ସମ୍ମିଳନୀ କକ୍ଷ ରେ ଜିଲ୍ଲା ହସ୍ତ ଶିଳ୍ପ ବିଭାଗ ସହଯୋଗରେ ମହିଳା ସ୍ୱୟଂ ସହାୟତା ସମୂହଙ୍କୁ ନେଇ ଏକ ବିଶେଷ ପରାମର୍ଶ ଅଧିବେଶନ ଆୟୋଜିତ କରି ସେମାନଙ୍କୁ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହେବା ଦିଗରେ ପ୍ରୋତ୍ସାହିତ କରାଯାଇଥିଲା। ମହିଳାମାନଙ୍କୁ ଆର୍ଥିକ କ୍ଷେତ୍ର ରେ ମଜବୁତ୍ କରିବା,ସ୍ଥାନୀୟ କୌଶଳ ଓ ଉଦ୍ୟମ କୁ ପ୍ରୋତ୍ସାହନ ପ୍ରଦାନ, ସ୍ୱୟଂ ସହାୟତା ଦଳ ଙ୍କ ଭୂମିକାକୁ ଆହୁରି ସଶକ୍ତ ଓ ସଂଗଠିତ କରି ନାରୀ ସଶକ୍ତିକରଣ ଲକ୍ଷ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ୍ ମାଝି ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ଉପରୋକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏ ଅବସର ରେ ଆୟୋଜିତ ଉପରୋକ୍ତ ଅଧିବେଶନ ରେ ଏନଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ, କାଉନସଲର ସନ୍ଦୀପ ଶର୍ମା, ବେଣୁ ଦୀପ, ପ୍ରତିନିଧି ଗୋଲଡି ଅଗ୍ରୱାଲ, ଆସିଷ୍ଟାଣ୍ଟ ଡାଇରେକ୍ଟର ହସ୍ତ ଶିଳ୍ପ ବିଭାଗ ସାହୁ ବାବୁ ଓ ଇଓ କମଳାସନ ରଥ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha