Home ରାଜ୍ୟଜିଲ୍ଲା ରେ ବେଆଇନ ଗୋରୁ ଚାଲାଣ ମାଫିଆ ସକ୍ରିୟ : ଜଣେ ଗିରଫ, ୨୦ ଗୋଟି ଗୋରୁ ଜବତ।

ଜିଲ୍ଲା ରେ ବେଆଇନ ଗୋରୁ ଚାଲାଣ ମାଫିଆ ସକ୍ରିୟ : ଜଣେ ଗିରଫ, ୨୦ ଗୋଟି ଗୋରୁ ଜବତ।

by Maraguda Express
0 comments

ନୂଆପଡ଼ା -୬/୮(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲାରେ ବେଆଇନ ଗୋରୁ ଚାଲାଣ ମାଫିଆ ସକ୍ରିୟ ଅଛନ୍ତି। ଗତ ଦୁଇ ମାସ ତଳେ ଲଖନା ଥାନା ଅଞ୍ଚଳରେ ଏକ ମଇଶିଁ ବୋଝେଇ ଟ୍ରକ କୁ ବଜରଙ୍ଗ ଦଳ କର୍ମୀମାନେ ରାତ୍ରୀ ରେ ଧରି ଲଖନା ପୋଲିସ ଷ୍ଟେସନ୍ ଜିମା ଦେଇଥିଲେ ପୋଲିସ ଏକ କେଶ ରୁଜୁ କରି ଦୁଇ ଜଣ ଙ୍କୁ ଗିରଫ କରିଥିଲେ । ଚାଲାଣ ମାଫିଆ ବୟସ୍କ ଗୋରୁ ମାଇଶିଁ କୁ ଆନ୍ଧ୍ରପ୍ରଦେଶ କଂସେଇଖାନା ରେ ବିକ୍ରୀ କରି ପ୍ରଚୁର ଅର୍ଥ ଲାଭ କରୁଥିବା ବେଳେ କେତେକ ସ୍ଥାନୀୟ ଟାଉଟର, କୁଜି ନେତାଙ୍କୁ ହାତେଇ ନିଜ କାରବାର ବିସ୍ତାର କରିଛନ୍ତି ବୋଲି ଅଭିଯୋଗ ହେଉଛି। ପୁଣି ଏବେ ସିନାପାଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ୨୦ ଗୋଟି ଗୋରୁ କୁ ପୋଲିସ ଜବତ କରି ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ଜଣାପଡିଛି। ଗିରଫ୍ ଅଭିଯୁକ୍ତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଚକାମାଲ ଗ୍ରାମର ତ୍ରିଲୋଚନ ସୁନା (୨୬)। ପ୍ରାପ୍ତ ଖବର ଅନୁସାରେ ଗତ ସୋମବାର ଦିନ ସମୟ ପାଖାପାଖି ୧୨ ଘଣ୍ଟା ବେଲେ ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଖେଲପଡିଆ ଦେଇ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜଣାପଡିଥିଲା। ଏହି ଚାଲାଣ ସମୟରେ ସ୍ଥାନୀୟ ବଜରଙ୍ଗ ଦଳ ଓ ବିଶ୍ୱ ହିନ୍ଦୁ ପରିଷଦ ର ସଦସ୍ଯ ସେଠାରେ ପହଞ୍ଚି ଥିଲେ। ସେଠୁ ଅଭିଯୁକ୍ତ ଗୋରୁ ଚାଲାଣକାରି ଙ୍କୁ ପଚାରି ବୁଝିଥିବା ବେଳେ ଗୋରୁ ଚାଲାଣର କୌଣସି କାଗଜପତ୍ର ନଥିବା ବେଳେ ଛତିଶଗଡ଼ ଗୋହିରାପଦର ବଜାର ରେ ବିକ୍ରୀ ପାଇଁ ନେଉଥିବା ପ୍ରକାଶ କରିଥିଲେ। ପରେ ସିନାପାଲି ପୋଲିସ ଖବର ପାଇ ଆଇଆଇସି ରଶ୍ମିତା ପ୍ରଧାନ ଙ୍କ ନିର୍ଦ୍ଦେଶ କ୍ରମେ ଘଟଣା ସ୍ଥଳରେ ଏକ ପୋଲିସ ଟିମ୍ ପହଞ୍ଚି ଥିଲା। ସେଠାରେ ସିନାପାଲି ପୋଲିସ ୨୦ ଗୋଟି ଗୋରୁ ଜବତ କରି ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା। ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଉପରେ ପ୍ରିୟ ରଞ୍ଜନ ମେହେର ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି। ଏହି ଗୋରୁ ଛତିଶଗଡ଼ ମହାସମୁନ୍ଦ ଠାରୁ ଗୋହିରାପଦର ଚାଲାଣ ହେଉଥିଲା। ସମସ୍ତ ଗୋରୁକୁ ସିନାପାଲି ପୋଲିସ ଖରିଆର ରୋଡ ଗୋଶାଳା ରେ ଜିମା ଦେଇଥିବା ବେଳେ ଏନେଇ ସିନାପାଲି ଥାନାରେ କେସ୍ ନମ୍ୱର ୨୧୯/୨୫ ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଙ୍କୁ ସିନାପାଲି କୋଟ ଚାଲାଣ କରିଥିବା ବେଲେ ତଦନ୍ତ ଅଧିକାରୀ ଏସଆଇ ସହଦେବ ଯୋଶୀ ଘଟଣା ର ପୁଙ୍ଖାନୁପୁଙ୍ଖ ଅଧିକ ତଦନ୍ତ ଚଲାଇଥିବା ସୁଚନା ମିଲିଛି। ସମଗ୍ର  ଜିଲ୍ଲାରେ  ବେଆଇନ ଗୋରୁ ଚାଲାଣ ମାଫିଆ ମାତିଛନ୍ତି। ପ୍ରକୃତ ଗୋରୁ ଚାଲାଣକାରୀ ମାନେ ଛତିଶଗଡ ରାଜ୍ୟ ରାଜଧାନି ରାୟପୁର ଓ ମହାସମୁନ୍ଦ ରୁ ଏହା ପରିଚାଳିତ କରୁଥିବା କୁହାଯାଉଛି । ଗୋରୁ ଚାଲାଣ ମାଫିଆଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଅଧିକ ତଦନ୍ତ କଲେ ଏହି କାରବାର ରେ ଆହୁରି କେତେକ ବଡବଡିଆ ବାବୁମାନଙ୍କ ସଂପୃକ୍ତି ପଦାରେ ପଡ଼ିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha