
ନୂଆପଡ଼ା – ୧୦/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କେରାପଦର ଗ୍ରାମରେ ମନରେଗା ରେ ହେଉଥିବା ବିଭିନ୍ନ କାମରେ ଗାଁ ସାଥି ଦୁର୍ନୀତି କରୁଥିବା ବେଳେ,ପ୍ରଶାସନ ତାଙ୍କୁ ସହଯୋଗ କରୁଥିବା ନେଇ ଲୋକେମାନେ ଅଭିମତ ଦେଇଛନ୍ତି। ବେଲମତି ପାଣ୍ଡେ ଗାଁ ସାଥୀ ଥିବା ବେଳେ ତାଙ୍କ ଶ୍ବଶୁର ଜଳଧର ହରିଜନଙ୍କ ନାମରେ ଦୁଇଥର ଗାଈ ଗୁହାଳ କରିଛନ୍ତି। ସେହିପରି ଗ୍ରାମର ଦିବ୍ୟ ମାଧବ ବେହେରା ଯଜମାନି (କର୍ମ କାଣ୍ଡ) କାମ କରନ୍ତି,ହେଲେ କେବେ ମଧ୍ୟ ମନରେଗାରେ କାମ କରି ନାହାନ୍ତି କିନ୍ତୁ ପ୍ରତ୍ୟେକ କାମରେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଏ। ଏପରିକି ତାଙ୍କ ପରିବାରର ସମସ୍ତଙ୍କ ନାମରେ ପଇସା ପଡ଼ୁଅଛି। ସେହିପରି ଗାଁ ସାଥୀ ଙ୍କ ପୁଅ ସାହିଲ ପାଣ୍ଡେଙ୍କୁ ଏହି ବର୍ଷ ଅଠର ପୁରିଥିବା ବେଳେ ଦୁଇ ବର୍ଷ ହେଲା ତାଙ୍କ ନାମରେ ମନରେଗା ମଜୁରୀ ଟଙ୍କା ପଡ଼ୁଅଛି। ଆହୁରି ଆଶ୍ଚର୍ଯ୍ୟର କଥା ହେଲା ସରପଞ୍ଚ ରଶ୍ମିତା ସିନ୍ହା ଙ୍କ ସ୍ବାମୀ ବିଜୟ ଦଣ୍ଡସେନାଙ୍କ ନାମରେ ମଧ୍ୟ ଟଙ୍କା ପଡ଼ିଛି। କେରାପଦର୍ ପାଇକ ପଡ଼ା ଠାରୁ ବୋଲାଡ ଛକ ରାସ୍ତା ଉନ୍ନତି କରଣରେ ବିଜୟ ଦଣ୍ଡସେନାଙ୍କ ସମେତ ବୋଡ଼େନ ଗ୍ରାମ ପଞ୍ଚାୟତର ନାଇଟ ୱାଚର୍ ବୈଷ୍ଣବ ମାଝୀ, ୱାର୍ଡ ମେମ୍ବର ଶୁକଦେବ ସେଠୀ, ଖଡ଼ିଆଳ ଗାନ୍ଧୀ କଲେଜରେ ପିଅନ ଥିବା ବିକାଶ ରଞ୍ଜନ ନାଏକ ଆଦି କାମ କରି ନଥିବା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ପଡ଼ିଛି ବୋଲି ଅଭିଯୋଗ ହେଉଛି। ଏନେଇ ଗ୍ରାମବାସୀ ଅନେକ ଥର ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିର ଦ୍ବାରସ୍ଥ ହେଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ନୂଆପଡ଼ା ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଜିଲ୍ଲାପାଳଙ୍କ ଆଦେଶରେ ରାସ୍ତା କାମ ବନ୍ଦ ରହିଥିବା ଏବେ ପୁଣି ଆରମ୍ଭ ହୋଇଛି, କେମିତି ?
ଏନେଇ ଗ୍ରାମବାସୀ ଗତକାଲି ସରପଞ୍ଚ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସାକ୍ଷାତ୍ କରି ଅଭିଯୋଗ କରିଥିବା ବେଳେ ସରପଞ୍ଚ କିଛି କହୁ ନାହାନ୍ତି। ନିରବତା ପଛ ର ରହସ୍ୟ କଣ ? ଏନେଇ ତଦନ୍ତ କରାଯିବ ଓ ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବୋଡ଼େନ ବିଡ଼ିଓ । ଅପର ପକ୍ଷରେ ଅଭିଯୋଗ କାରୀ ଙ୍କ ମଧ୍ୟରୁ ଛଅ ଜଣଙ୍କ ନାମରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଓକିଲ ନୋଟିସ ପଠାଇଛନ୍ତି ଗାଆଁ ସାଥି ବେଲମତି ପାଣ୍ଡେ ଯାହାକୁ ନେଇ ଗ୍ରାମବାସୀଙ୍କ ମଧରେ ଅସନ୍ତୋଷ ଦେଖା ଦେଇଛି ।
ବୋଡ଼େନ ବ୍ଲକ: ଦୁର୍ନୀତି ବ୍ରେକ ହେଉ ନାହିଁ, ଜନ ପ୍ରତିନିଧିଙ୍କ ସ୍ଵାମୀ ପାଉଛନ୍ତି ମଜୁରୀ ଟଙ୍କା, ଭଗବାନ ଭରସା ରେ ନୂଆପଡ଼ା ଜିଲ୍ଲା
68
previous post