Home ରାଜ୍ୟଖଡ଼ିଆଳ ଥାନା: ଅଦ୍ଧନଗ୍ନ ଶବ ଉଦ୍ଧାର ଘଟଣା,ଦୁଇ ଭାଇ ଅଭିଯୁକ୍ତ ଗିରଫ

ଖଡ଼ିଆଳ ଥାନା: ଅଦ୍ଧନଗ୍ନ ଶବ ଉଦ୍ଧାର ଘଟଣା,ଦୁଇ ଭାଇ ଅଭିଯୁକ୍ତ ଗିରଫ

by Maraguda Express
0 comments

ନୂଆପଡା-୧୦/୮ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା
ଖଡ଼ିଆଳ ଥାନା ଅନ୍ତର୍ଗତ ଚିଚେର ଗ୍ରାମରେ ଏକ ଜମିରେ ଶନିବାର ଜଣେ ବ୍ୟକ୍ତିଙ୍କ ଅର୍ଦ୍ଧ ନଗ୍ନ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ଜଣକ ଖଡ଼ିଆଳ ଥାନା ମାଣ୍ଡୋଶିଲ ଗ୍ରାମର ବ୍ୟବସାୟୀ ଦିନ ପାନ(୪୫) ବୋଲି ଜଣାପଡିଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ଖଡ଼ିଆଳ ପୋଲିସ ତଦନ୍ତ କଲା ପରେ ଦୁଇ ଜଣ ବ୍ୟକ୍ତି ହତ୍ୟା କରିଥିବା ଖଡ଼ିଆଳ ଆଇଆଇସି ଦିଲ୍ଲୀପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସୂଚନା ମତେ ସଦାଶିବ ବୈଠାରୁ (୩୦) ଓ ମୃତ ଦିନ ପାନ (୪୫) ନେହେନା ଗ୍ରାମର ପ୍ରେମ ସୁନାନୀ ଘରକୁ ଛେଳି କିଣିବା ପାଇଁ ଯାଇଥିଲେ । ଛେଳି କିଣାରେ ମୁଲଚାଳ ନ ହେବାରୁ ସଦାଶିବ ଓ ଦିନ ପାନ ଘରକୁ ପଳାଇ ଆସିଥିଲେ । ସଦାଶିବ ଘରେ ଦିନ ପାନ ଶୁକ୍ରବାର ରାତ୍ରରେ ଖାଇଥିଲେ । ପରେ ସଦାଶିବ ବୈଠାରୁ ଓ କାର୍ତ୍ତିକ ବୈଠାରୁ ଦିନ ପାନ ତାର ଘର ମାଣ୍ଡୋସିଲ ଗ୍ରାମକୁ ଛାଡି ଆଣୁଥିଲେ । ଦୁଇ ଭାଇ ବାଟରେ ଦିନ ପାନ କୁ କିଛି ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ସଦାଶିବ ର ଭାଇ କାର୍ତ୍ତିକ ବୈଠାରୁ ଦିନ ପାନ କୁ ଜାବୁଡି ଧରି ଦେଇଥିଲେ । ସଦାଶିବ ବୈଠାରୁ ଧରିଥିବା ଟାୱାଲରେ ଦିନ ପାନଙ୍କ ଗଲା ଜୋର ଚିପି ଦେବା ଦ୍ୱାରା ଦିନ ପାନଙ୍କ ମୃତ୍ୟୁ ହୋଇ ଯାଇଥିଲା । ଦୁଇ ଭାଇ ମୃତ୍ୟୁ ହୋଇ ଯାଇଥିବା ଜାଣି ତାକୁ ଏକ ବିଲରେ ଫିଙ୍ଗି ଦେଇଥିଲେ । ଖଡ଼ିଆଳ ଆସିଆଇସି ଦିଲ୍ଲୀପ କୁମାର ସାହୁ ଓ ତାଙ୍କ ଟିମ ତଦନ୍ତ କଳାରେ ପ୍ରକୃତ ରହସ୍ୟ ପଦାକୁ ଆସିଥିବା ଆଇଆଇସି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏନେଇ ଖଡ଼ିଆଳ ଥାନା ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha