88
ବୋଡେ଼ନ – ୧୬/୮ (ଜଗତ ରାମ ଦଣ୍ଡସେନା) ବୋଡେ଼ନ ବ୍ଲକର ଖଇରା ଜନଶକ୍ତି ହାଇସ୍କୁଲ ର ଛାତ୍ରୀ ନିବାସ ରେ ଆଜି ନୂଆପଡା,ଭୁବନେଶ୍ୱର ଓ ବୋଡେ଼ନ ରୁ ପ୍ରଶାସନିକ ଅଧିକାରୀ ଦଳ ପରିଦର୍ଶନ ରେ ପହଞ୍ଚିଥିଲେ। ଛାତ୍ରୀ ନିବାସ ର ଅନ୍ତେବାସୀଙ୍କୁ ସ୍ବଚ୍ଛତା ସଫେଇ କରି ପରିସର କୁ ଆବର୍ଜନା ମୁକ୍ତ କରି ଏକକ ବ୍ୟବହୃତ ପ୍ଲାଷ୍ଟିକ କୁ ଠିକ ଭାବେ ଅଖା ରେ ଭର୍ତ୍ତି କରି ପଞ୍ଚାୟତ ଠାରେ ଜମା ଦେବାକୁ ପ୍ରବାର୍ତ୍ତାଇ ଥିଲେ। ପାରିପାର୍ଶ୍ବିକ ପରିବେଶ ସ୍ବଚ୍ଛ ଥିଲେ ମଶାମାଛି ରୁ ରକ୍ଷା ସହ ସୁସ୍ଥ ଓ ନିର୍ମଳ ପରିବେଶ ହେବବୋଲି ଶପଥ ପାଠ କରାଇଥିଲେ। ଏ ଅବସର ରେ ସରପଞ୍ଚ କୈଳାସ ଦଲ, ଜ୍ୟୋତି ଦୁରିଆ ମେଟ୍ରନ, ଲଳିତା ମାଝୀ ୱାଡେନ, ମୁକ୍ତା ଦଳ ରୋଷେଇୟା ସମେତ ଶତାଧିକ ଛାତ୍ରୀ ସ୍ଵଚ୍ଛତା ଅଭିଯାନ ରେ ସାମିଲ ହୋଇଥିଲେ ।