
ନୂଆପଡ଼ା -୧୯/୮ (ସୁରେନ୍ଦ୍ର ତିୱାରୀ) ଆଜି ନେସନାଲ କଲେଜ ନୂଆପଡ଼ା ର ୩୨ ନମ୍ବର ପ୍ରକୋଷ୍ଠ ରେ ଶକ୍ତିଶ୍ରୀ ଯୋଜନା ଓ ବାଲିକା ସୁରକ୍ଷା ସଚେତନତା ଅଭିଯାନ ନୂଆପଡ଼ା ପୋଲିସ ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ କାର୍ଯ୍ୟକ୍ରମ ରେ ଆଇସିସି ର ପ୍ରିଜାଇଡିଂ ଅଫିସର ରାଜନୀତି ବିଜ୍ଞାନ ମୁଖ୍ୟ ଶ୍ରୀମତୀ ମମତା ପଟ୍ଟନାୟକ ଙ୍କ ସଭାପତିତ୍ବ ରେ କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ମୁଖ୍ୟ ଅତିଥି,ବରିଷ୍ଠ ଇଂରାଜୀ ଅଧ୍ୟାପକ ବିଧାନ ଚନ୍ଦ୍ର ମିଶ୍ର, ସମ୍ମାନିତ ଅତିଥି, ଶ୍ରୀମତୀ ନନ୍ଦିନୀ ମଞ୍ଜରି ହୋତା, ଡ. ମୀନାକ୍ଷୀ ଦାସ, ଡ. ପ୍ରଣତୀ ପଣ୍ଡା,ଶ୍ରୀମତୀ ଗୀତା ସେଠ, ପ୍ରକାଶ କୁମାର ସାହୁ,ନୂଆପଡ଼ା ପୋଲିସ ଆଇଆଇସି ଗଙ୍ଗାଧର ମେହେର, ଓ ବବିତା ମହାଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତଙ୍କ ସୁନ୍ଦର ଅଭିଭାଷଣ ଛାତ୍ରୀ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ଓ ଛାତ୍ରୀମାନେ ମହିଳା ସୁରକ୍ଷା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ମାଧ୍ୟମ ରେ ଅବଗତ ହୋଇ ଉତ୍ସାହିତ ହୋଇ ଥିଲେ। ପ୍ରକାଶ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲା ବେଳେ ଶେଷ ରେ ଡ. ପ୍ରଣତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଶକ୍ତିଶ୍ରି ଯୋଜନା କାର୍ମଶାଳା ଓ ବାଳିକା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ।
ନେସନାଲ କଲେଜ ଓ ନୂଆପଡ଼ା ପୋଲିସ ର ମିଳିତ ଆନୁକୁଲ୍ୟରେ ଶକ୍ତିଶ୍ରୀ ଯୋଜନା ଓ ବାଳିକା ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ।
62