
ନୂଆପଡ଼ା -୧୮/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲିର ସାମୁହିକ ନୂଆଁଖାଇ ଭେଟଘାଟ ପରିବାର ତରଫରୁ ନୂଆଁଖାଇ ପର୍ଯ୍ଯନ୍ତ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ କାର୍ଯ୍ଯକ୍ରମ ଆୟୋଜିତ ହେଉଥିବା ବେଳେ ମହିଳାଙ୍କ ପାଇଁ ମଧ୍ଯ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସ୍ଥାନୀୟ ଗାୟତ୍ରୀ ମନ୍ଦିର ପରିସରରେ ଏନେଇ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲାପରିଷଦ ସଭ୍ଯା ଆଶା ଜୈନ, ଶିକ୍ଷାବିତ ତୁଳସୀରାମ ମେହେର, ପୂର୍ବ ଜିଲ୍ଲା ପରିଷଦ ପ୍ରିୟରଂଜନ ମେହେର, ତ୍ରିନାଥ ମେହେର, ସୁଶାନ୍ତ କୁମାର, ସୁରଜ ମେହେର, ପ୍ରଭାତ ମେହେର ମଂଚାସିନ ଥିଲେ । ବେଣୁଧର ମେହେର ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ରଶ୍ମିରଂଜନ ସା ପ୍ରତିଯୋଗିତାର ନିୟମାବଳୀ ଉପସ୍ଥାପନ କରିଥିଲେ ।
ଏଥିରେ ବିଚାରକ ଭାବରେ ସନ୍ତୋଷ ନାୟକ, ନିକୁଞ୍ଜ ବିହାରୀ ସା, ଦୀପକ ସା, ବଂଶୀଧର ଜଗତ,ଦିନେଶ ମେହେର, ବିଦ୍ଯାଧର ସା, ଯତୀଂଦ୍ର ମେହେର, ହରେଶ ମେହେର, ଗୌତମ ମେହେର, ସୁନିଲ ମେହେର, ଗଣେଶ ମେହେର, ବିଶ୍ବାସ ଯୋଷୀ, ସୁନୀଲ ମେହେର ଉପସ୍ଥିତ ଥିଲେ । ଏ ଅବସରରେ ଅନୁଷ୍ଠିତ ବେଲୁନ କପ ପ୍ରତିଯୋଗିତାରେ ନମିତା ମେହେର, ଉର୍ବଶୀ ମେହେର, ସ୍ନିଗ୍ଧା ମେହେର, ସାଲାଡ ପ୍ଲେଟରରେ କୁମୁଦିନି ମେହେର, ସ୍ନିଗ୍ଧା ମେହେର, ନନ୍ଦିନୀ ମେହେର, ଅନ୍ତାକ୍ଷରୀରେ “ଧା” ଦଳରୁ ପୁଷ୍ପାଞ୍ଜଳି ମେହେର, ତୄପ୍ତିମୟୀ ମେହେର, ନମିତା ମେହେର, “ଗା” ଦଳରୁ ମମତା ମେହେର, ରଞ୍ଜିତା ମେହେର, ହଂସିକା ବେମାଲ, “ରେ” ଦଳରୁ ପିଙ୍କି ମେହେର, ଗୁଣ୍ତିଚା ମେହେର, ଡୋଳେଶ୍ବରୀ ମେହେର ଓ ମାଠିଆ ଫଟାରେ ରଶ୍ମିତା ମେହେର, ଚିନ୍ମୟୀ ମେହେର, ଗୀତାଞ୍ଜଳି ମେହେର, ଗୁଣ୍ତିଚା ମେହେର ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ
। ସମସ୍ତ ବିଜେତାଙ୍କୁ ଆସନ୍ତା ନୂଆଁଖାଇ ଭେଟଘାଟ କାର୍ଯ୍ଯକ୍ରମରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି ।
ସିନାପାଲିରେ ନୂଆଁଖାଇ ଉତ୍ସାହ‐ ବିଭିନ୍ନ ପ୍ରତିଯୋଗିତାରେ ଶତାଧିକ ମହିଳାଙ୍କ ଅଂଶ ଗ୍ରହଣ ।
123