Home ରାଜ୍ୟନୂଆପଡାରେ ବୃହତ ଉଠା ଜଳସେଚନ ବିଭାଗର ବୈଠକ ଅନୁଷ୍ଠିତ : ଚାଷୀ ସମ୍ପର୍କ ସଂସ୍ଥା ଗଠନ ପାଇଁ କୃଷି ବିଜ୍ଞାନ କେନ୍ଦ୍ରକୁ ନିର୍ଦ୍ଦେଶ।

ନୂଆପଡାରେ ବୃହତ ଉଠା ଜଳସେଚନ ବିଭାଗର ବୈଠକ ଅନୁଷ୍ଠିତ : ଚାଷୀ ସମ୍ପର୍କ ସଂସ୍ଥା ଗଠନ ପାଇଁ କୃଷି ବିଜ୍ଞାନ କେନ୍ଦ୍ରକୁ ନିର୍ଦ୍ଦେଶ।

by Maraguda Express
0 comments
ନୂଆପଡା – ୦୪/୦୪- ନୂଆପଡା ଜିଲ୍ଲାରେ ବୃହତ ଉଠା ଜଳସେଚନ ବିଭାଗର ଜିଲ୍ଲା ସ୍ତରୀୟ କାର୍ଯ୍ୟନ୍ବୟନ ସମିତି (ଡିଏଲଆଇସି) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମେଳନ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ମାଇକ୍ରୋ କମାଣ୍ଡ ଏରିଆ ଡେଭଲପମେଣ୍ଟ (ଏମସିଏଡି) କାର୍ଯ୍ୟକ୍ରମର ଜିଲ୍ଲା ସ୍ତରର କାର୍ଯ୍ୟନ୍ବୟନ, ନିରୀକ୍ଷଣ ଓ ସମନ୍ୱୟ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବୈଠକରେ ଜିଲ୍ଲାପାଳ ଏମସିଏଡି କାର୍ଯ୍ୟକ୍ରମର ସୁଚାରୁ ଅମଲ ପାଇଁ କ୍ଲଷ୍ଟର ଚୟନ, ଜଳ ବ୍ୟବହାରକାରୀ ସମିତି ଗଠନ ଓ ଅନ୍ୟାନ୍ୟ ଯୋଜନା ସହ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ।
ଜିଲ୍ଲାପାଳ ଚାଷୀ ଓ ସରକାରଙ୍କ ମଧ୍ୟରେ ସେତୁ ସୃଷ୍ଟି ପାଇଁ ଚାନ୍ଦୋପୋଲା ଏମସିଏଡି କାର୍ଯ୍ୟକ୍ରମ ପାଇଁ ଚାଷୀ ସମ୍ପର୍କ ସଂସ୍ଥା ତଥା “ଫାର୍ମର ରିଲେସନସିପ ଏଜେନ୍ସି ” ଏଫଆରଏ ଗଠନ ପାଇଁ ନୂଆପଡା କୃଷି ବିଜ୍ଞାନ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ।
ଏଫଆରଏ ଦ୍ୱାରା ପାଣି କୃଷି ମିତ୍ର ମାଧ୍ୟମରେ ଚାଷୀଙ୍କ ସହ ସମ୍ପର୍କ ସ୍ଥାପନ, କ୍ଷମତା ବିକାଶ, ଫସଲ ପରିକଳ୍ପନା ଓ ବ୍ୟବସାୟ ମୂଳକ ସହାୟତା ଦେବାକୁ ଲକ୍ଷ୍ୟ ରହିଛି।
ଏହି ବୈଠକରେ ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ବୃହତ ଉଠା ଜଳସେଚନ ନିର୍ବାହୀ ଯନ୍ତ୍ରୀ ହେମ କୁମାର ନାୟକ, ସିଡିଏଓ ପ୍ରଦୀପ କୁମାର ନାୟକ, ବରିଷ୍ଠ କୃଷି ବିଜ୍ଞାନୀ ଲବ ସୋରେନ ସହ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha