ନୂଆପଡ଼ା -୨୮/୮ (ସୁରେନ୍ଦ୍ର ତିୱାରୀ) ଆଜି ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ହର୍ଷ ଉଲ୍ଲାସ ରେ ପରିବାର ଓ ବନ୍ଧୁ ବର୍ଗଙ୍କ ସହ ହସଖୁସି ରେ ନୂତନ ବସ୍ତ୍ର ପରିଧାନ କରି ମାଁ ସମଲେଶ୍ଵରୀ ତଥା ନିଜନିଜ ର ଇଷ୍ଟ ଦେବାଦେବୀ ଙ୍କୁ ଭୋଗରାଗ ପୂର୍ବକ ପୂଜା ଅର୍ଚ୍ଚନା ପରେ ପରିବାର ସହ ନବାନ୍ନ ଭକ୍ଷଣ କରିଥିଲେ। ନାଚ ଗୀତ ବାଦ୍ୟ ତାଳେ ତାଳେ ନୃତ୍ୟ ରେ ମଶଗୁଲ, କିଏ ଖେଳ ପଡିଆ ରେ ଖେଳ କୁଦ ରେ,ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି ଭଳି ନୂଆପଡ଼ା ଜିଲ୍ଲା ର ପୁରପଲ୍ଲୀ ରେ ମହାସମାରୋହ ରେ ନୁଆଁଖାଇ ପର୍ବ ପାଳିତ ହୋଇଯାଇଛି।
ଆଜି ରାସ୍ତାଘାଟ ଏକ ପ୍ରକର ଠପ ପଡ଼ି ଯାଇଛି। ବସ ଚଳାଚଳ ବନ୍ଦ ଅଛି, ହୋଟେଲ ବଜାର ସୁନସାନ ସମସ୍ତେ ଆଜି ଘର ମୁହାଁ। ନୂଆଁଖାଇବା ପରେ ଗୁରୁଜନ ଓ ବୟୋ ଜ୍ୟେଷ୍ଠ ଙ୍କୁ “ନୂଆଁଖାଇ ଜୁହାର” ଓ ମୁଣ୍ଡିଆମାରି ଭକ୍ତିପୂତ ପ୍ରଣାମ ଜଣାଇବା ଆମ ସଂସ୍କୃତିକୁ ଆହୁରି ନିବିଡ ଭାବେ ବାନ୍ଧି ରଖେ,ଏହା ହିଁ ଆମ ଗର୍ବ ଓ ଗୌରବର ପ୍ରତୀକ ଗଣପର୍ବ ନୂଆଁଖାଇ ।
ଏହି ପରିପ୍ରେକ୍ଷୀରେ ଆଜି କୋମନା ବ୍ଲକ ଅନ୍ତର୍ଗତ ଦର୍ଲ୍ଲିପଡ଼ା ପଞ୍ଚାୟତ ଡୁମେରପାଣି ଗାଁ ର ପ୍ରାୟ ୬୦ ଜଣ ପରିବାର ର ୩୫୦ ଜଣରୁ ଉର୍ଦ୍ଧ୍ବ ପୁରୁଷ ମହିଳା ସାମୁହିକ ଭାବରେ ନୂଆଁଖାଇ ପର୍ବ ପାଳନ କରି ଏକ ମୈତ୍ରୀ,ପ୍ରୀତି ଓ ଭାଇଚାରା ର ଉଦାହରଣ ସୃଷ୍ଟି କରିଛନ୍ତି। ଗାଁ ର ପିଢ଼ି ଦର ପିଢ଼ି ପୂଜା ପାଇ ଆସୁଥିବା ଦେବାଦେବୀ ବୁଢ଼ାଦେଓ, ଧରୁଆ ବୁଢ଼ା ଓ ଛୋଟି ବୁଢୀ ମାଟି ଦେବତାଙ୍କ ଗୁଡି ନିକଟ ରେ ଦେହାରି ଗଜମନ ସୁନାନୀ ଓ ପୁଝାରୀ ଗୌରାଙ୍ଗ ସୁନାନୀ ଦ୍ୱୟ ଙ୍କ ଭୋଗ ରାଗ ପୁଷ୍ପ ଅର୍ପଣ କରି ପୁଜା ଅର୍ଚ୍ଚନା କରିଥିଲେ ଓ ଗ୍ରାମ ର ସମସ୍ତ ଙ୍କ ସୁଖଶାନ୍ତି ମଙ୍ଗଳ ମନାସୀ ଥିଲେ।
ଏ ଅବସର ରେ ଉପରୋକ୍ତ ଗ୍ରାମ ର ସମସ୍ତ ସୁନାନି ପରିବାର ର ଅବାଳ, ବୃଦ୍ଧ,ବନିତା ଉପସ୍ଥିତ ରହିଥିଲେ। ପରେ ସାମୁହିକ ଭାବେ ସମସ୍ତେ ମିଶି ନୂଆଁଖାଇ ଥିଲେ । ଏ ଅବସରରେ ୱାର୍ଡ ମେମ୍ବର ଯୋଗେନ୍ଦ୍ର ସୁନାନୀ, ଦୟାନିଧି ସୁନାନୀ,ଲବ ସୁନାନୀ, ଚତୁର୍ଭୁଜ ସୁନାନୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସାମୁହିକ କାର୍ଯ୍ୟକ୍ରମ ସଫଳ ଆୟୋଜନ ହୋଇଥଲା।


ଡୁମେରପାଣି ଗ୍ରାମବାସୀଙ୍କ ସାମୁହିକ ନୂଆଁଖାଇ ପର୍ବ ପାଳନ
87