54
ଅନ୍ୟପଟେ, ନିଲମ୍ବନ ପରେ ମାଲ୍ୟବନ୍ତ ସୁନା ଏକ ଭିଡିଓ ବାର୍ତ୍ତା ଜାରି କରି ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଗତ ଆଠ ମାସରୁ ଅଧିକ ସମୟ ଧରି ସେ ବିଜେଡିର ଦଳୀୟ କାର୍ଯ୍ୟକଳାପରେ ଯୋଗଦେଇନଥିଲେ ଏବଂ ଦଳର କିଛି ନେତୃମଣ୍ଡଳୀଙ୍କ ପକ୍ଷରୁ ଅବହେଳାର ଶିକାର ହୋଇଥିବା ଅଭିଯୋଗ ମଧ୍ୟ କରିଛନ୍ତି।
ନୂଆପଡ଼ା -୨୫/୭ – ନୂଆପଡ଼ା ଜିଲ୍ଲା ରାଜନୀତିରେ ଏକ ବଡ଼ ଧରଣର ଘଟଣା ସାମ୍ନାକୁ ଆସିଛି। ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଜିଲ୍ଲା ପରିଷଦ ଜୋନ୍–୬ର ସଦସ୍ୟ ମାଲ୍ୟବନ୍ତ ସୁନାଙ୍କୁ ଦଳରୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ଆଧାରରେ ଏହି କଠୋର ପଦକ୍ଷେପ ନିଆଯାଇଥିବା ଦଳ ପକ୍ଷରୁ ପ୍ରକାଶିତ ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି।