ବୋଡେ଼ନ – ୨/୯ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଖଇରା ପେସ୍କ ରେ ସାର ବଣ୍ଟନ ରେ ପାତରଅନ୍ତର କରି ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।ପେସ୍କ କର୍ମଚାରୀ ଙ୍କର ପରିବାର ନାଁରେ ୟୁରିଆ ସାର ଟୋକନ ଇସୁ ହୋଇ ଶହଶହ ବସ୍ତା ସାର ହଡପ ହୋଇଥିବା ଅଭିଯୋଗ ହେଉଥିବା ବେଳେ ମାତ୍ର ୩ ଶହ ପଚାଶ ବସ୍ତା ସାର ଆସିଛି ଖଇରା ପେସ୍କ କୁ ଯାହା ସମୁଦ୍ର କୁ ଶଙ୍ଖେ ସଦୃଶ ହୋଇଛି। ଗତ କାଲି ସୋମବାର ସାର ବଣ୍ଟନ ସମୟରେ ପ୍ରାୟ ପନ୍ଦର ଶହ ଚାଷୀଙ୍କ ଭିଡ ଦେଖିବାକୁ ମିଳିଥିଲା। ପେସ୍କ କର୍ମଚାରୀ ଫାଲ୍ଗୁନୀ ବେହେରା, ଗୋପୀ ବେହେରା ସଭାପତିଙ୍କୁ ଯିଏ ଶଳା ସୁତୁରା କଲା ସେ ସାର ପାଇଲା ବୋଲି କୁହାଯାଉଛି। ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ ଥିବାବେଳେ ପୋଲିସ କୁ ମଧ୍ୟ ଖଇରl ରେ ଆକ୍ରମଣ ହୋଇଥିବା ଦେଖାଯାଇଛି । କିଛି ନହେଲେବି ଖଇରା, ସୁନାପୁର ଓ ନାଗପଡା ଅଞ୍ଚଳ ପାଇଁ ହଜାରେ ବସ୍ତା ସାର ଆସିବା କଥା କିନ୍ତୁ ସାର ଅଭାବ ଯୋଗୁଁ ହଜାର ସଂଖ୍ୟା ରେ ଚାଷୀ ଫେରିଯାଉଛନ୍ତି । ଉତକ୍ଷିପ୍ତ ଜନତା ମଧ୍ୟରୁ ଜଣେ ଖଇରା ର ଚାଷୀ ପୋଲିସ କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି। ଏଣୁ ବିଭାଗୀୟ କର୍ତୃପକ୍ଷ ସାର ପର୍ଯ୍ୟପ୍ତ ପରିମାଣରେ ଯୋଗାଇବାକୁ ଚାଷୀକୁଳ ତରଫରୁ ଦାବୀ ହେଉଛି ।
ଖଇରା ପେକ୍ସ୍ : ୟୁରିଆ ସାର ବଣ୍ଟନରେ ପାତର ଅନ୍ତର ଅଭିଯୋଗ ।
117
previous post