Home ରାଜ୍ୟଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ଖଡ଼ିଆଳ ବସଷ୍ଟାଣ୍ଡର ପାଚେରୀ : ୯ କୋଟିର ପ୍ରକଳ୍ପରେ ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି।

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ଖଡ଼ିଆଳ ବସଷ୍ଟାଣ୍ଡର ପାଚେରୀ : ୯ କୋଟିର ପ୍ରକଳ୍ପରେ ନିମ୍ନମାନର କାମ ଅଭିଯୋଗ, ଉଚ୍ଚସ୍ତରୀୟ ତଦନ୍ତ ଦାବି।

by Maraguda Express
0 comments
ନୂଆପଡ଼ା -୫/୭- ଉଦ୍‌ଘାଟନ କୁ ବାକି ଅଛି ମାତ୍ର ୫ ଦିନ, କିନ୍ତୁ ଏହା ପୂର୍ବରୁ ହିଁ ପ୍ରକଳ୍ପର ସ୍ଥାୟୀତ୍ଵ କୁ ନେଇ ସୃଷ୍ଟି ହୋଇଛି ବିରାଟ ପ୍ରଶ୍ନବାଚୀ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବସଷ୍ଟାଣ୍ଡ ଉଦ୍‌ଘାଟନ ହେବା ପୂର୍ବରୁ ଏହାର ସୁଉଚ୍ଚ ପାଚେରୀ ଭୁଶୁଡ଼ି ପଡ଼ିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସହ ଚର୍ଚ୍ଚାର ବିଷୟ ପାଲଟିଛି। ଓଡ଼ିଶା ହାଉସିଙ୍ଗ ବୋର୍ଡ ପକ୍ଷରୁ ପ୍ରାୟ ୯ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ହାଇଟେକ୍ ବସଷ୍ଟାଣ୍ଡ ର କାର୍ଯ୍ୟ କେତେ ନିମ୍ନମାନର, ତାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।ଆସନ୍ତା ଜୁଲାଇ ୧୦ ତାରିଖ ଦିନ ନବନିର୍ମିତ ଖଡ଼ିଆଳ ବସଷ୍ଟାଣ୍ଡର ଭବ୍ୟ ଉଦ୍‌ଘାଟନ ପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି କୁହାଯାଉଛି। ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଚାଲିଥିବା ବେଳେ ଆଜି ବସଷ୍ଟାଣ୍ଡ କୁ ଲାଗି ରହିଥିବା ଆମ୍ବେଦକର ପଡ଼ା ସ୍ଥିତ ରାଜୁ ତାଣ୍ଡି ଙ୍କ ଘର ଉପରକୁ ପ୍ରାୟ ୪୦ ରୁ ୫୦ ଫୁଟ ଲମ୍ବର ପାଚେରୀ କାନ୍ଥ ଟି ହଠାତ ଧସେଇ ପଡ଼ିଥିଲା। ପରବର୍ତ୍ତୀ ସମୟରେ ଜେସିବି ସାହାଯ୍ୟରେ ଘର ଉପରେ ପଡ଼ିଥିବା ପାଚେରୀ ର ଭଙ୍ଗା ମଲମା ଓ ଆବର୍ଜନାକୁ କଢ଼ାଯାଇଥିବା ସୂଚନା ମିଳିଛି।
କୋଟି କୋଟି ଟଙ୍କାର ପ୍ରକଳ୍ପ ରେ ମହା ଘୋଟାଲା ର ଗନ୍ଧ ସ୍ପଷ୍ଟ ବାରିହୋଇ ପଡୁଛି।
ଜନସାଧାରଣଙ୍କ ଟିକସ ପଇସାରେ ନିର୍ମିତ ହେଉଥିବା ଏହି ୯ କୋଟି ଟଙ୍କାର ବସଷ୍ଟାଣ୍ଡ କାର୍ଯ୍ୟ ପୂର୍ଣ୍ଣ ମାତ୍ରାରେ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହେଉଛି। ଲୋକଙ୍କ କହିବା କଥା, ଯଦି ଉଦ୍‌ଘାଟନ ପୂର୍ବରୁ ସାମାନ୍ୟ କାରଣ ରୁ ଏତେ ବଡ଼ ପାଚେରୀ ଭୁଶୁଡ଼ି ପଡ଼ିପାରୁଛି, ତେବେ ବସଷ୍ଟାଣ୍ଡ କାର୍ଯ୍ୟକାରୀ ହେବା ପରେ ଏହାର ସୁରକ୍ଷା କେତେ ସୁଦୃଢ଼ ରହିବ ? ଏହା କୌଣସି ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁନାହିଁ ତ?
ଜନସାଧାରଣଙ୍କ ଦାବି ଯେ , “୯ କୋଟି ଟଙ୍କା ଖର୍ଚ୍ଚ କରାଯାଇ ତିଆରି ହୋଇଥିବା ଏହି ପ୍ରକଳ୍ପରେ ବ୍ୟାପକ ଦୁର୍ନୀତି ହୋଇଛି। ଏହାର ନିର୍ମାଣ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ଏବଂ ଦୋଷୀ ଅଧିକାରୀ ଓ ଠିକାଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”
ନିର୍ମାଣଧୀନ ସମୟରେ ତଦାରଖ କରୁଥିବା ବିଭାଗୀୟ ଅଧିକାରୀଙ୍କ ଆଖି ଆଗରେ କିଭଳି ଏଭଳି ନିମ୍ନମାନର କାମ ଚାଲିଥିଲା, ତାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି। ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ପ୍ରଶାସନ ଏହି ଘଟଣାକୁ କିଭଳି ହାଣ୍ଡଲ କରୁଛି ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha