
ନୂଆପଡ଼ା -୧୭/୯(ସୁରେନ୍ଦ୍ର ତିୱାରୀ) ଟାଟା ଭଲେଣ୍ଟିୟରିଂ ସପ୍ତାହ ୨୪ର ଅବସରରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକଳାପ ଅଂଶ ଭାବେ ଏବଂ ଜିଲ୍ଲା ପ୍ରଶାସନ ଓ ଏନଜିଓ ‘ଆଲୋକ’ର ମିଳିତ ସହଭାଗିତାରେ ନୂଆପଡ଼ା ଜିଲ୍ଲାର ତିଲେଇଝରଠାରେ ଆଜି ଏକ ମେଗା ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଥିଲା । ଏହି ଅଭିଯାନ ଟିପିଡବ୍ଲୁଓଡି ଏଲର ଜୈବ ବିବିଧତା ପ୍ରତି ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ଏକ ପେଡ୍ ମା କେ ନାମ’ ମିଶନ ଅଧୀନରେ ଆୟୋଜିତ ଏହି ବୃକ୍ଷ ରୋପଣ ଅଭିଯାନରେ ମୁଖ୍ୟ ଅତିଥି ଭାବେ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାଶ ଯୋଗ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଡିଭିଜନାଲ ଫରେଷ୍ଟ ଅଫିସର ଅଜିଜ୍ ଖାନ୍, ଉପନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଂସଦାଙ୍କ ସମେତ ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ସମସ୍ତଙ୍କ ମିଳିତ ଉଦ୍ୟମରେ ପ୍ରାୟ ୨୫୦ରୁ ଅଧିକ ଉତ୍ସାହୀ ସ୍ୱେଚ୍ଛାସେବୀ ପ୍ରାୟ ୧୫୦୦ରୁ ଅଧିକ ବୃକ୍ଷଚାରା ରୋପଣ କରିଥିଲେ l ନୂଆପଡାକୁ ଏକ ସବୁଜ, ସୁନ୍ଦର ଜିଲ୍ଲା କରିବା ସହିତ ଏକ ସୁସ୍ଥ ଏବଂ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ଏହା ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଅଟେ ।
ଟିପିଡବ୍ଲୁଓଡିଏଲ୍ ପକ୍ଷରୁ ଜିଲ୍ଲାରେ ମେଗା ବୃକ୍ଷରୋପଣ ଅଭିଯାନ।
42