ନୂଆପଡା- ୨୦/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ ଶେଷ ଦିନ ଥିଲା ।ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ତିନି ପ୍ରମୁଖ ରାଜନୈତିକ ଦଳର ୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ, ବିଜେପି ରୁ ଜୟ ଢୋଲକିଆ ଏବଂ ଭାରତୀୟ ଜାତୀୟ କଂଗ୍ରେସ ରୁ ଘାସିରାମ ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀ ଦୁଇ ଗୋଟି ଲେଖାଏଁ ଅତିରିକ୍ତ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି। ସମାଜବାଦୀ ପାର୍ଟି ରୁ ରମାକାନ୍ତ ହାତୀ , ବହୁଜନ ମୁକ୍ତି ପାର୍ଟି ରୁ ହେମନ୍ତ ତାଣ୍ଡି, ବହୁଜନ ସମାଜ ପାର୍ଟି ରୁ ରାଜା ରାମ ସାହୁ, ଓଡ଼ିଶା ଜନତା ଦଳ ରୁ ଶୁକଧର ଦଣ୍ଡସେନା, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳ ରୁ ସୀତାରାମ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏମାନଙ୍କ ସହିତ ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ମାନେ ହେଲେ ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା,କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ,ଲୋଚନ ମାଝୀ,ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ,ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି । ଉପ ନିର୍ବାଚନ ପାଇଁ ୨୫ ଜଣ ପ୍ରାର୍ଥୀ ୩୫ ଗୋଟି ଫର୍ମ କ୍ରୟ କରି ୧୯ ଟି ଦାଖଲ କରିଛନ୍ତି।
ନୂଆପଡା ଉପ ନିର୍ବାଚନ ନାମାଙ୍କନ ପତ୍ର ଦାଖଲ ଶେଷ ହେଲା , ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କଲେ।
44