Home ରାଜ୍ୟନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ : ଦୁଇ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାଇସାଇକେଲ।

ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କର ହସ୍ତକ୍ଷେପ : ଦୁଇ ଦିବ୍ୟାଙ୍ଗ ଙ୍କୁ ମିଳିଲା ଟ୍ରାଇସାଇକେଲ।

by Maraguda Express
0 comments
ନୂଆପଡ଼ା -୫/୮-ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ଓ ଖଡ଼ିଆଳ ତାଲୁକ ଆଇନ ସେବା ସମିତିର ସମନ୍ୱିତ ହସ୍ତକ୍ଷେପ ଫଳରେ ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମପଞ୍ଚାୟତର ଝାରସରମ୍ ଗ୍ରାମର ଦୁଇ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ନେପୂର ମାଝୀ ଓ ଫନୀଧର ମାଝୀଙ୍କ ଜୀବନରେ ନୂଆ ଆଶାର ସଞ୍ଚାର ହୋଇଛି। ବ୍ଲକ ପ୍ରଶାସନ ପକ୍ଷରୁ ଉଭୟଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିବାରୁ ସେମାନଙ୍କ ଦୈନନ୍ଦିନ ଜୀବନ ଅଧିକ ସହଜ ହେବା ସହ ଆତ୍ମନିର୍ଭରଶୀଳତା ଦିଗରେ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହୋଇଛି।
ସ୍ଥାନୀୟ ଅଧିକାର ମିତ୍ର କ୍ଷୀରସିନ୍ଧୁ ସଗରିଆ ଉଭୟ ଦିବ୍ୟାଙ୍ଗଙ୍କ ଦୈନନ୍ଦିନ ସମସ୍ୟା ଓ ଯାତାୟାତର ଅସୁବିଧା ସମ୍ପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ଅବଗତ କରାଇଥିଲେ। ଏହାକୁ ଗୁରୁତ୍ୱର ସହ ବିଚାର କରି ପ୍ରାଧିକରଣର ସଚିବ ନବନୀତା ଦାଶ ତୁରନ୍ତ ବ୍ଲକ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରାଧିକରଣର ନିର୍ଦ୍ଦେଶକ୍ରମେ ଖଡ଼ିଆଳ ବ୍ଲକ ପ୍ରଶାସନ ତତ୍ପରତାର ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୁଇ ହିତାଧିକାରୀଙ୍କୁ ଟ୍ରାଇସାଇକେଲ ହସ୍ତାନ୍ତର କରିଥିଲା। ଏହି ସହାୟତା ପାଇବା ପରେ ନେପୂର ମାଝୀ ଓ ଫନୀଧର ମାଝୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ, ଏହା ସେମାନଙ୍କ ଯାତାୟାତକୁ ସହଜ କରିବା ସହ ସ୍ୱାବଲମ୍ବୀ ଜୀବନ ଗଢ଼ିବାରେ ବେଶ ସହାୟକ ହେବ।
ଏହି ଘଟଣା ପୁଣି ଥରେ ପ୍ରମାଣ କରିଛି ଯେ, ଜିଲ୍ଲା ଆଇନ ସେବା ପ୍ରାଧିକରଣ କେବଳ ଆଇନଗତ ସହାୟତା ପ୍ରଦାନରେ ସୀମିତ ନୁହେଁ; ବରଂ ସମାଜର ଦୁର୍ବଳ, ଅବହେଳିତ ଓ ଦିବ୍ୟାଙ୍ଗ ବର୍ଗଙ୍କ ନିକଟରେ ସରକାରୀ କଲ୍ୟାଣମୂଳକ ଯୋଜନା ପହଞ୍ଚାଇ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏକ ମାନବୀୟ ସେତୁ ଭାବେ କାର୍ଯ୍ୟ କରୁଛି। ଏହି ପଦକ୍ଷେପ ସାମାଜିକ ସମ୍ବେଦନଶୀଳତା ଓ ସେବାଭାବର ଏକ ଉତ୍କୃଷ୍ଟ ଉଦାହରଣ ଭାବେ ପରିଗଣିତ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha