22
ନୂଆପଡ଼ା -୦୫/୦୮- ନୂଆପଡ଼ା ଜିଲ୍ଲାସ୍ତରୀୟ ନାର୍କୋ ସମନ୍ୱୟ କେନ୍ଦ୍ର (ଏନ୍ସିଓଆର୍ଡି) ମେକାନିଜମ କମିଟିର ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଅବୈଧ ମାଦକଦ୍ରବ୍ୟ କାରବାର ରୋକିବା, ଜନସଚେତନତାକୁ ବ୍ୟାପକ କରିବା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱିତ କାର୍ଯ୍ୟପଦ୍ଧତିକୁ ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।