ନୂଆପଡ଼ା -୧୮/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ବ୍ଳକ୍ ଅନ୍ତର୍ଗତ ସରକାରୀ ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ,କୋଟେନଞ୍ଚୁଆଁ ର ନବମ ଶ୍ରେଣୀ ଛାତ୍ରୀ ମଦନେ ମାଝି ଜାତୀୟ ସ୍ତରର ଭଲିବଲ୍ ପ୍ରତିଯୋଗିତାରେ ଓଡ଼ିଶା ଭଲିବଲ ଦଳର ପ୍ରତିନିଧିତ୍ୱ କରିଛନ୍ତି। ଉପରୋକ୍ତ ପ୍ରତିଯୋଗିତା ଉତ୍ତର ପ୍ରଦେଶ ରାଜ୍ୟର ବରେଲି ସହର ଠାରେ ଆୟୋଜିତ ହୋଇଥିଲା। ସେଠାରେ ଛାତ୍ରୀ ମାଝି ତାଙ୍କ କ୍ରୀଡ଼ା କୌଶଳ ର ଉତକୃଷ୍ଟ ପ୍ରଦର୍ଶନ କରି ନିଜ ପ୍ରତିଭାର ବଳିଷ୍ଠ ନମୁନା ପେଶ କରି ଫେରିଛନ୍ତି । ଏହି ସଫଳତା ପଛରେ ସ୍କୁଲର ପିଇଟି ଶିକ୍ଷକ ଜୟକୃଷ୍ଣ ପ୍ରଧାନଙ୍କ ନିରନ୍ତର ପ୍ରଚେଷ୍ଟା, ପ୍ରଶିକ୍ଷଣ, ସୁପରାମର୍ଶ ଓ ବଳିଷ୍ଠ ମାର୍ଗଦର୍ଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛି ବୋଲି କୁହାଯାଉଛି । ସେ ଛାତ୍ରୀଙ୍କୁ ଦିନକୁ ଦିନ ଭଲିବଳ ର ବୈଷୟିକ ପ୍ରଶିକ୍ଷଣ ପ୍ରଦାନ କରି ତାଙ୍କୁ ଜାତୀୟ ମଞ୍ଚରେ ଛିଡା କରିବାରେ ସଫଳ ହୋଇ ବିଦ୍ୟାଳୟ ପାଇଁ ଗୌରବ ଆଣି ଦେଇଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉକ୍ତ ସରକାରୀ ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମୋହିନୀ ଦଳପତି ଙ୍କ ସହ ବିଦ୍ୟାଳୟ ର ସମସ୍ତ ଶିକ୍ଷକ–ଶିକ୍ଷୟିତ୍ରୀ ଏହି ସର୍ବୋକୃଷ୍ଟ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀ
ମଦନେ ମାଝି ଙ୍କ ଏହି ଉପଲବ୍ଧି ଆମ ଅଞ୍ଚଳର ଅନ୍ୟାନ୍ୟ ଛାତ୍ରୀମାନଙ୍କୁ ପ୍ରେରଣା ଯୋଗାଇବ। ଛାତ୍ରୀ ମଦନେ ମାଝି ଭବିଷ୍ୟତ ରେ ନିଜର ପ୍ରତିଭା ବଳ ରେ ଅନେକ ସଫଳତା ଗୋଟାଇ ଏକ ସଫଳ ଖେଳାଳି ହୁଅନ୍ତୁ ବୋଲି ସମସ୍ତେ ଆଶା ଓ ଶୁଭକାମନା ବ୍ୟକ୍ତ କରିଛନ୍ତି।


ଜିଲ୍ଲାର ଗର୍ବ ଓ ଗୌରବ ନବମ ଶ୍ରେଣୀ ଛାତ୍ରୀ ମଦନେ : ଜାତୀୟ ସ୍ତରର ଭଲିବଲ୍ ପ୍ରତିଯୋଗିତାରେ ଉତକୃଷ୍ଟ ପ୍ରଦର୍ଶନ କଲେ।
58