32

ବୋଡ଼େନ – ୧୫/୩ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ କନିଷ୍ଠ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଅଷ୍ଟମ ଶ୍ରେଣୀ ର ବିଦାୟୀ ଛାତ୍ର ଛାତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଓ ନାନାଦି ଉପହାର ମାନ ଦେଇ ଭାବବିହ୍ୱଳ ପରିବେଷରେ ଏକ ସଭା ହୋଇଯାଇଛି l ବିଦାୟ କାଳୀନ ସଭାରେ ପ୍ରଧାନ ଶିକ୍ଷକ ମଙ୍ଗଳ ସିଂ ମାଝୀ, ବରିଷ୍ଠ ଶିକ୍ଷଜ ଡମ୍ବରୁ ଧର ମାଝୀ, ମୁକେଶ ନାୟକ, କମଳା ଦୁରିଆ, ଅନୁସୟା ମାଝୀ, ଅଚ୍ୟୁତାନନ୍ଦ ବିଭାର, ଦେବସିଂ ମାଝୀ,କମଳା ଦୁରିଆ,ସାମ୍ବାଦିକ ଜଗତରାମ ଦଣ୍ଡସେନା ପ୍ରମୁଖ ମଂଚାସୀନ ଥାଇ ଛାତ୍ରଛାତ୍ରୀ ମାନଙ୍କୁ ପରବର୍ତ୍ତୀ ବିଦ୍ୟାଳୟରେ ଉତ୍ତମ ପାଠ, ଚରିତ୍ର ନିର୍ମାଣ ତଥା ସଂସ୍କାର ରହି ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ, ବିଦାୟ ସମୟ ରେ ସମସ୍ତେ ଭାବ ବିହ୍ଵଳ ହୋଇ ଯାଇଥିଲେ । ଅଚ୍ୟୁତା ବିଭାର ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ ।