Home ରାଜ୍ୟଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଙ୍କ ପ୍ୟାରେଡ ଶିବିର ଗସ୍ତ।

ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଙ୍କ ପ୍ୟାରେଡ ଶିବିର ଗସ୍ତ।

by Maraguda Express
2 comments

ନୂଆପଡ଼ା -୨୯/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସଦର ରେ ଅବସ୍ଥିତ ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ନଳିନୀ କାନ୍ତି ସା ପଶ୍ଚିମବଙ୍ଗ ର ଏକ ଶିବିର ରେ ଯୋଗ ଦେଇ ଫେରି ଆସିଛନ୍ତି । ସେ ଓଡ଼ିଶା ସରକାର ଙ୍କ ଜାତୀୟ ସେବା ଯୋଜନାର ପ୍ରାଦେଶିକ ନିର୍ଦ୍ଦେଶାଳୟ ତରଫରୁ ନିର୍ବାଚିତ ହୋଇ ସେ ରାଜ୍ୟର ୫୨ ଜଣ ସ୍ବେଚ୍ଛାସେବୀ ଓ ଅନ୍ଯ ଜଣେ କାର୍ଯ୍ୟକ୍ରମ ଅଧିକାରୀଙ୍କ ସହିତ ନିଓଟିଆ ବିଶ୍ବ ବିଦ୍ୟାଳୟ, କୋଲକାତା,ପଶ୍ଚିମବଙ୍ଗ ରାଜ୍ୟ କୁ ଗତ ସତର ତାରିଖ ଦିନ ଯାତ୍ରା କରିଥିଲେ । ସେଠାରେ ଆସନ୍ତା ଜାନୁୟାରୀ ୨୬ ର ପ୍ୟାରେଡ ରେ ଭାଗ ନେବା ପାଇଁ ପୂର୍ବ ଭାରତର ୧୦ ଟି ରାଜ୍ୟରୁ ବଛା ହୋଇ ୨୦୦ ଜଣ ସ୍ବେଚ୍ଛାସେବୀ ଓ ୧୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଏକତ୍ରୀତ ହୋଇ ଥିଲେ । ଚଳିତ ମାସ ନଭେମ୍ବର ଅଠର ତାରିଖ ରୁ ଆରମ୍ଭ ହୋଇ ସତେଇଶ ତାରିଖ ରେ ଏହି ଶିବିର ଟି ପରିସମାପ୍ତି ଘଟିଥିଲା ।ଉପରୋକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ଆଗାମୀ ୨୬ ଜାନୁଆରୀ ପ୍ୟାରେଡ ର ପ୍ରସ୍ତୁତି ଉପରେ ସମ୍ୟକ ଧାରଣା ଦିଆଯାଇଥିଲା ।

You may also like

2 comments

Pinki Das November 30, 2025 - 12:53 AM

Yes

Reply
Maraguda Express December 12, 2025 - 3:35 AM

Thanx you

Reply

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha