74
ନୂଆପଡ଼ା -୩୧/୦୭- ଗତ ୨୮ ଓ ୨୯ ଜୁଲାଇ ରେ ଲଗାଣ ବର୍ଷା ଓ ଗଭୀର ଅବପାତ ପ୍ରଭାବରେ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପ୍ରବଳ ବର୍ଷା ଯୋଗୁଁ ବହୁ ଗ୍ରାମୀଣ ରାସ୍ତା, ପୋଲ, କଲଭର୍ଟ ଓ ସୁରକ୍ଷା ବନ୍ଧ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାର ପ୍ରଭାବରେ ହଜାର ହଜାର ଲୋକ ଯାତାୟାତ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଦୈନନ୍ଦିନ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
