Home ରାଜ୍ୟନୂଆପଡାରେ ରବିଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି କାର୍ଯ୍ୟଖସଡ଼ା ପ୍ରସ୍ତୁତ l ଜିଲ୍ଲା ପାଇଁ ” ଏବର୍ଷ ର ଫୁଲ ” ସୋରିଶ ଫୁଲ ଘୋଷିତ।

ନୂଆପଡାରେ ରବିଋତୁ ପାଇଁ ଜିଲ୍ଲାସ୍ତରୀୟ କୃଷି କାର୍ଯ୍ୟଖସଡ଼ା ପ୍ରସ୍ତୁତ l ଜିଲ୍ଲା ପାଇଁ ” ଏବର୍ଷ ର ଫୁଲ ” ସୋରିଶ ଫୁଲ ଘୋଷିତ।

by Maraguda Express
0 comments

ନୂଆପଡା -୩/୧୨ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡାରେ ଚଳିତ ରବି ୨୦୨୫-୨୬ ଋତୁ ପାଇଁ ଏକ ଜିଲ୍ଲାସ୍ତରୀୟ କୃଷିଭିତ୍ତିକ କାର୍ଯ୍ୟ ଖସଡ଼ା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାରେ ଅଧିଗୃହୀତ କୃଷି ଯୋଜନା, ବିଭିନ୍ନ କାର୍ଯ୍ୟକଳାପ ଓ ଆସନ୍ତା ରବି ଋତୁ ପାଇଁ ପ୍ରସ୍ତୁତ କୌଶଳ ଉପସ୍ଥାପନ କରିଥିଲେ । ଏହାସହିତ ଉପ ନିର୍ଦ୍ଦେଶକ ଉଦ୍ୟାନ କୃଷି ହରେକୃଷ୍ଣ ଚାନ୍ଦ ହାଁସଦା, ବରିଷ୍ଠ ବୈଜ୍ଞାନିକ କୃଷି ବିଜ୍ଞାନ କେନ୍ଦ୍ର ଲବ ସୋରେନ୍ ଓ ଉପ ନିର୍ଦ୍ଦେଶକ ଜଳ ଛାୟା ପ୍ରକଳ୍ପ ମଧ୍ୟ ନିଜ-ନିଜ ବିଭାଗୀୟ କାର୍ଯ୍ୟସୂଚୀ ଓ ରବି କାଳିନ କାର୍ଯ୍ୟଯୋଜନା ଉପସ୍ଥାପନ କରିଥିଲେ I ଉକ୍ତ ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗର ସମସ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଯୋଗ ଦେଇଥିଲେ। ସଭାରେ ଆସନ୍ତା ରବି ପ୍ରକଳ୍ପ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇ ଥିଲ। ବୈଠକକୁ ସମ୍ବୋଧିତ କରି ଜିଲ୍ଲାପାଳ କହିଲେ ଯେ, ପାଣିର ସଠିକ୍ ବ୍ୟବହାର ଓ ଜୈବ ସାରର ଯୁକ୍ତିସଙ୍ଗତ ବ୍ୟବହାର ପାଇଁ ଧାନ ଠାରୁ ଅଣଧାନ ଫସଲକୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ସେ ଜିଲ୍ଲାରେ ଏକ “ଆଦର୍ଶ କୃଷି ଗ୍ରାମ” ଆରମ୍ଭ କରିବାକୁ ପ୍ରସ୍ତାବ ଦେଲେ,ଯେଉଁଠାରେ ସଂମ୍ପୃକ୍ତ ସମସ୍ତ ବିଭାଗ ତାଙ୍କର ଯୋଜନା ଓ ହସ୍ତକ୍ଷେପକୁ ଏକତ୍ରିକୃତ ଭାବେ କାର୍ଯ୍ୟାନ୍ବିତ କରିବେ। ଏହାସହିତ ୨୦୨୫-୨୬ ରେ “ସୋରିଶ କୁ ବର୍ଷର ଫୁଲ” ଭାବେ ଘୋଷଣା କରି ଜିଲ୍ଲାରେ ଏକକ ପ୍ୟାଚ୍‌ରେ ତାହାର ଚାଷ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସଭାରେ ଏହା ମଧ୍ୟ ଆଲୋଚିତ ହେଲା ଯେ, ପ୍ରବାସୀ ଶ୍ରମିକ ପରିବାରଙ୍କୁ ବିଭିନ୍ନ ଯୋଜନାରେ ସାମିଲ୍ କରିବା ଆବଶ୍ୟକ, ଯାହା ତାଙ୍କର ସାମାଜିକ-ଆର୍ଥିକ ସୁରକ୍ଷାକୁ ସୁନିଶ୍ଚିତ କରିବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha