Home ରାଜ୍ୟଯୌତୁକ ନିଷେଧ ଅଧିନିୟମ ଉପରେ ତାଲିମ ଶିବିର।

ଯୌତୁକ ନିଷେଧ ଅଧିନିୟମ ଉପରେ ତାଲିମ ଶିବିର।

by Maraguda Express
0 comments

ନୂଆପଡା- ୧୮/୧୨ ( ମାରାଗୁଡ଼ା ଏକ୍ସପ୍ରେସ)ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ର ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗ , ନୂଆପଡା ଆନୁକୁଲ୍ୟରେ ଆଜି ସ୍ଥାନୀୟ ସଦଭାବନା ସଭା ଗୃହଠାରେ ଯୌତୁକ ନିଷେଧ ଅଧିନିୟମ- ୧୯୬୧ ସମ୍ପର୍କିତ ଏକଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ ସଭାରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ l ଯୌତୁକ ଭଳି ଘୃଣ୍ୟ ପ୍ରଥାକୁ ସମାଜରେ ରୋକିବା ସହ ମାନସିକ ସ୍ତରରେ ଏବଂ ସାମାଜିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏସ ଗୀତା ଅତିଥି ପରିଚୟ ପ୍ରଦାନ ସହିତ ସ୍ଵାଗତ ସମ୍ଭାଷଣ ଦେଇଥିଲେ ଏବଂ ତାଲିମ ଶିବିର ର ଉଦେଶ୍ୟ ବିଷୟରେ ଅବଗତ କରିଥିଲେ । ଏହି ତାଲିମ ଶିବିରରେ ଡିଏଲଏସଏ ସେକ୍ରେଟାରୀ ନବନୀତା ଦାଶ, ସିଡି ଏମଓ ଡଃ ଧନେଶ୍ୱର ସେଠୀ, ସି ଡ଼ବଲ୍ୟୁସି ଅଧ୍ୟକ୍ଷ୍ୟ ଡ. ଫଣୀନ୍ଦମ ଦେଓ, ଓକିଲ ନାରାୟଣ ପ୍ରସାଦ ଯୋଶୀ, ଡାଃ ଉମାକାନ୍ତ ମେହେର, ମହିଳା ଓ ସୁରକ୍ଷା ଅଧିକାରୀ ମଞ୍ଜୁଲତା ଶୁକ୍ଲା, ଜିଲ୍ଲା ସଂଯୋଜକ, ମହିଳା ସଶକ୍ତି କେନ୍ଦ୍ର ଆଶିଷ ରଞ୍ଜନ ଖମାରି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଯୌତୁକ ନିଷେଧ ଅଧିନିୟମର ଲକ୍ଷ୍ୟ , ଉଦ୍ଦେଶ୍ୟ , ସଂଶୋଧନ , ବ୍ୟବସ୍ଥା ସହିତ ଯୌତୁକ ନିଷେଧ ଅଧିକାରୀ ଓ ପୋଲିସର ଭୂମିକା ଏବଂ କର୍ତବ୍ୟ, ଏଫ୍‌ଆଇଆର୍ ରୁଜ୍ଜୁ, ଆରୋପ ପତ୍ର ଦାଖଲ, ନ୍ୟାୟିକ ପ୍ରକ୍ରିୟା, ମହିଳା ସଶକ୍ତିକରଣ ପାଇଁ ସଚେତନତା ଓ ରଣନୀତି ପ୍ରସ୍ତୁତ, ପୀଡିତାଙ୍କୁ ଦିଆଯାଉଥିବା ସୁରକ୍ଷା , ସହାୟତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ଈତ୍ୟାଦି ଉପରେ ଅଧିକାରୀ ମାନେ ଆଲୋକପାତ କରିଥିଲେ l ସମାଜରୁ କିପରି ଭାବରେ ଯୌତୁକକୁ ବନ୍ଦ କରାଯାଇ ପାରିବ ସେ ଉପରେ ଉତ୍ସର୍ଗୀତ ଭାବରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ବୁଝାଇ ଥିଲେ । ଏହି ତାଲିମ ଶିବିରରେ ସମସ୍ତ ଏଏନସି ନିର୍ବାହୀ ଅଧିକାରୀ, ବିଭିନ୍ନ କଲେଜ ଅଧ୍ୟକ୍ଷ, ବିବାହ ପଞ୍ଜିକରଣ ଅଧିକାରୀ, ବିଡିଓ କୋମନା, ସମସ୍ତ ପ୍ରୋଗ୍ରାମ ଅଫିସର, ସମସ୍ତ ସିଡିପିଓ, ପୋଲିସ ଅଧିକାରୀ , ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ଅଧିକାରୀ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ , ଏନଜିଓ କର୍ମକର୍ତ୍ତା , ଡିଏଲଏଫ ଓ ବିଏଲଏଫ ର ସେକ୍ରେଟାରୀ, ବିଭିନ୍ନ ସଂପ୍ରଦାୟର ଧର୍ମଗୁରୁ, ସଖି ସେଣ୍ଟର କାର୍ଯ୍ଯକର୍ତ୍ତା, ଶକ୍ତି ସଦନ କାର୍ଯ୍ଯକର୍ତ୍ତା, ପରିବାର ପରାମର୍ଶ କେନ୍ଦ୍ର ଅଧିକାରୀ, ପିଏଲଭି ଯୋଗ ଦେଇଥିଲେ । ଏହି ତାଲିମ ଶିବିର ପରିଚାଳନାରେ ମହିଳା ସଶକ୍ତି କେନ୍ଦ୍ରର ନାରଦ ଛତର , ସଞ୍ଜୟ ବନ୍ଦିଛୋର, ଇପ୍ସିତା ରାଜପୁତ, ରମାକାନ୍ତ ସେଠୀ ଓ ଏଵଂ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ଜିଲ୍ଲା ସଂଯୋଜକ ଆଶିଷ ରଞ୍ଜନ ଖମାରି ଧନ୍ୟବାଦ ଅର୍ପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha