


ନୂଆପଡ଼ା -୨୧/୧୨ ( ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ସଦର ମହକୁମା ସ୍ଥିତ ପି. ଏମ୍. ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ନୁଅପଡ଼ାଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ସୁରଭି କାର୍ଯ୍ୟକ୍ରମ ଅତି ମନୋରମ ପରିବେଶରେ ଆୟୋଜିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଜିଲ୍ଲାପାଳ ନୂଆପଡ଼ା ମଧୁସୁଦନ ଦାଶ ମୁଖ୍ୟ ଅତିଥି, ଯୁଗ୍ମ ନିର୍ଦ୍ଦେଶକ ଓସେପା ପ୍ରଣୟ କୁମାର ନାୟକ ବିଶିଷ୍ଟ ଅତିଥି,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ଡ. ରେଶମ ଲାଲ ନାଏକ ସମ୍ମାନିତ ଅତିଥି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା , ଗୋଷ୍ଠୀ ଶିକ୍ଷାଧିକାରୀ ନୂଆପଡ଼ା ଗୀତାରାଣୀ ଯୋଶୀ , ଗୋଷ୍ଠୀ ଶିକ୍ଷାଧିକାରୀ କୋମନା ଅନିତା ପଣ୍ଡା, ଗୋଷ୍ଠୀ ଶିକ୍ଷାଧିକାରୀ ସିନାପାଲି ଜିତେନ୍ଦ୍ର ସେଠ୍, ଗୋଷ୍ଠୀ ଶିକ୍ଷାଧିକାରୀ ବୋଡ଼େନ ରୁଦ୍ରେଶ୍ୱର ମେହେର, ପ୍ରଧାନ ଶିକ୍ଷକ ଗୁଲପ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମ ଗୁଡିକର ଶୁଭ ଉଦ୍ଘାଟନ କରିଥିଲେ। ସର୍ବପ୍ରଥମେ ଜିଲ୍ଲପାଳଙ୍କ କରକମଳରେ ଉଦ୍ଘାଟିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୩୩ ଜଣ ରକ୍ତଦାତା ରକ୍ତଦାତ୍ରୀ ଉତ୍ସାହର ସହିତ ରକ୍ତଦାନ କରିଥିଲେ। ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ମୋଟ ୩୫ଟି ଓ ଶକ୍ତି କ୍ଳବ୍ ପ୍ରଦର୍ଶନୀରେ ୫୦ଟି ପ୍ରକଳ୍ପ ଶିଶୁ ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରଦର୍ଶୀତ ହୋଇଥିଲା । ଜିଲ୍ଲାପାଳ ପ୍ରକଳ୍ପ ପ୍ରଦର୍ଶନୀ , ସୁରଭି ଷ୍ଟଲ୍ ଉଦ୍ଘାଟନ କରିବା ସହ ଶିଶୁ ବୈଜ୍ଞାନିକ ମାନଙ୍କ ପ୍ରକଳ୍ପ ଯୋଗଦେଇଥିବା ଅତିଥି ମାନଙ୍କ ସହ ବୁଲି ଦେଖିଥିଲେ ଏଵଂ ବୈଜ୍ଞାନିକ ଚିନ୍ତାଧାରାର ଆଦାନ ପ୍ରଦାନ କରିଥିଲେ। ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ସମାରୋହରେ ବିଧାୟକ ଖଡ଼ିଆଳ ଅଧିରାଜ ମୋହନ ପାଣିଗ୍ରାହୀ ମୂଖ୍ୟ ଅତିଥି, ଜିଲ୍ଲାପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଅମ୍ରିତପାଲ ସିଂହ , ଶିକ୍ଷାବିତ ଶିବ ପ୍ରସାଦ ବେହେରା ପ୍ରମୁଖ ସମ୍ମାନିତ ଅତିଥି, ଚନ୍ଦ୍ର ଶେଖର ଚନ୍ଦ୍ରକାର ଅବସରପ୍ରାପ୍ତ ପ୍ରାଧ୍ୟାପକ ସ୍ଵଂୟ ଶାସିତ ମହାବିଦ୍ୟାଳୟ ଖଡିଆଳ ମୂଖ୍ୟବକ୍ତା ଭାବରେ , ଜିଲ୍ଲା ଶିକ୍ଷଧିକାରୀ ପ୍ରଶାନ୍ତ କୁମାର ମହାନ୍ତି,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ମଞ୍ଚାସୀନ ଥିଲେ। ବିଜ୍ଞାନ ଓ କଳାର ମିଳିତ ମଞ୍ଚରେ ଛାତ୍ରଛାତ୍ରୀମାନେ ବୈଜ୍ଞାନିକ ତତ୍ତ୍ଵ ଏବଂ କଳା ନୈପୁଣ୍ୟତା ପ୍ରଦର୍ଶନ କରିଥିଲେ।
ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଭାଲେଶ୍ୱର ଉଚ୍ଚ ବିଦ୍ୟାଳୟର ନେହେରୁ ପଟେଲ,ଖୁଟବନଭେରା ଉଚ୍ଚ ବିଦ୍ୟାଳୟର ଖିଲେଶ୍ୱର୍ ସାହୁ, ତୁକଲା ଉଚ୍ଚ ବିଦ୍ୟାଳୟର ପ୍ରମୋଦ କୁମାର ବାଗ, ବୁଦ୍ଧିକୋମନା ଉଚ୍ଚ ବିଦ୍ୟାଳୟର ସ୍ବରାଜ ପଣ୍ଡା, ନିଲଜୀ ଉଚ୍ଚ ବିଦ୍ୟାଳୟର ନମିତା ଟୋଲଟିଆ, ଲୋହରାପାଲି ଉଚ୍ଚ ବିଦ୍ୟାଳୟର ରାଜଲକ୍ଷ୍ମୀ ପଣ୍ଡା ଓ ଦର୍ଲିମୁଣ୍ଡା ଉଚ୍ଚ ବିଦ୍ୟାଳୟର କ୍ରିଷ୍ଣପ୍ରିୟା ପ୍ରଧାନ ଚୟନିତ ଆସନ୍ତା ୨୬ ଡ଼ିସେମ୍ବରରେ କେଉଁଝର ଜିଲ୍ଲାରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଭାଗନେବେ। ଶକ୍ତି କ୍ଲବ ପ୍ରଦର୍ଶନୀରେ ପି.ଏମ୍. ଶ୍ରୀ ନେସନାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଖିଲେଶ୍ୱର ଖରସେଲ, ସିନାପାଲି ଉଚ୍ଚ ବିଦ୍ୟାଳୟର ବିନାୟକ ପାଣିଗ୍ରାହୀ ଓ ଗୋଡାଲ ଉଚ୍ଚ ବିଦ୍ୟାଳୟର ଭାରତୀ ପଟେଲ ରାଜ୍ୟସ୍ତରୀୟ ପ୍ରତିଯୋଗୀତା ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ସୁରଭି କାର୍ଯ୍ୟକ୍ରମରେ ଆୟୋଜିତ ୨୯ଟି ବିଭାଗର ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଫଳକ ଅତିଥି ମାନଙ୍କ କରକମଳରେ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଗୁଡ଼ିକର ସଫଳ ଆୟୋଜନରେ ଜିଲ୍ଳାର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏଵଂ ସମଗ୍ର ଶିକ୍ଷା ନୂଆପଡାର ସମସ୍ତ୍ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ। ଶିକ୍ଷକ ଶଙ୍କର୍ଷଣ ପୁରୋହିତ ଓ ଶିକ୍ଷୟିତ୍ରୀ ପ୍ରଜ୍ଞା ପାରମିତା ବିଶ୍ବାଳ ମଞ୍ଚ ପରିଚାଳନା କରିଥିବାବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଧନ୍ୟବାଦ ଜ୍ଞାପନ କରିଥିଲେ। ପରିଶେଷରେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ଆକର୍ଷଣୀୟ ସାଂସ୍କୃତିକ ନୃତ୍ୟ ପରିବେଷଣ ହୋଇଥିଲା।

