50


ନୂଆପଡ଼ା -୧୮/୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଗନିଆରୀ ରୋୟାଲ କ୍ଳବ ଦ୍ୱାରା ୧୯ ତମ ରୋୟଳ କପ କ୍ରିକେଟ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି।ଏହି ପ୍ରତୀ ଯୋଗିତା ରେ ନୂଆପଡା ଜିଲ୍ଲା ର ୧୬ ଗୋଟି ଦଳ ଭାଗ ନେଇଥିଲେ ଏବଂ ଫାଇନାଲ ମ୍ୟାଚ ରେ ଉଦ୍ୟାନବନ୍ଧ ଓ ଝିଲମିଲା ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହେଇଥିଲା। ଫାଇନାଳ ମ୍ୟାଚ ରେ ଉଦ୍ୟାନବନ୍ଧ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୨ ଓଭର ରେ ୩ ୱିକେଟ ହରାଇ ୧୮୨ ରନ ସଂଗ୍ରହ କରିଥିଲେ ଫଳରେ ଝିଲମିଲା ଦଳ ୧୨ ଓଭର ରେ ୭ ୱିକେଟ ହରାଇ ୧୪୦ ରନ ସଂଗ୍ରହ କରି ପରାଜିତ ହେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପ୍ରସନ୍ନ କୁମାର ପାଢ଼ୀ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ , ଜୟ ଢୋଲକିଆ ବିଧାୟକ ନୂଆପଡା,ସମ୍ମାନିତ ଅତିଥି ମାନସ ରଥ , ବିଯେପି ରାଜ୍ୟ ଯୁବ କାର୍ଯ୍ୟକାରିଣୀ ସଦସ୍ୟ, ଯୋଗେନ୍ଦ୍ର ବାଗ ମାନିଗୁଡା ଗ୍ରାପ ସରପଞ୍ଚ ସୁଶାନ୍ତ କର ସାମ୍ବାଦିକ, ନୂଆପଡା, ପିତାମ୍ବର ଅଦା ଗନିଆରୀ ୱାର୍ଡ ସଭ୍ୟ, କେଶବ ହଂସ ,ଗନିଆରୀ ୱାର୍ଡ ସଭ୍ୟ, ପରମେଶ୍ୱର ହଂସ, ଯଶୋବନ୍ତ ହଂସ, ଭୋଦେବ ହଂସ, ଅଜୟ ଗହୀର,ଲୋକନାଥ ମିଶ୍ର, ଚୁଲୁ ବାଗ ପ୍ରମୁଖ ଯୋଗଦାନ କରିଥିଲେ ।
ଖେଳ ପରିଚାଳନା ଗଣେଶ ହୋତା ଓ ଥବିର ହଂସ, ଧାରା ବିବରଣୀ ଟିକେଶ୍ୱର ହଂସ, ସ୍କୋରର ଦୀପକ ବାଗ ଓ ରମେଶ ନାଗ, ରୋୟାଲ କ୍ଳବ ସଦସ୍ୟ ଥୟରାମ ହଂସ, କୈଶପ ସଗରିଆ,ସହଦେଵ ଥପା, ପ୍ରତାପ ହଂସ ରୁଦ୍ରାକ୍ଷର ହଂସ, କୁନାଲ ବାଗ, ନିକୁ ବାଗ, ଧ୍ରୁବ ହଂସ, ଶାବନ ହୋତା,ଚିକୁ ବାଗ,ବୁଲାରାମ ବାଗ,ପିଙ୍କୁ ନିଆରୀ, ଗାନ୍ଧୀ ହଂସ, ବସନ୍ତ ହଂସ, ପ୍ରମୁଖ ସହଯୋଗ କରିଥିଲେ।

